ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ମୁକ୍ତ ଓଡିଶା ସଚେତନତା ଶିବିର
ପୁରୀ, ୨୪ ଏପ୍ରିଲ୍ (ହି.ସ.)- ଆଜି ଅପରାହ୍ନ୧ଟା ସମୟରେ ଜିଲ୍ଲା ସ୍ତରୀୟ ଅକ୍ଷୟତୃତୀୟା ଅବସରରେ ବାଲ୍ୟ ବିବାହ ନିଷେଧ ପାଇଁ ସପ୍ତାହ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷ, ପୁରୀ ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶ୍ରୀମତୀ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତ
ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ମୁକ୍ତ ଓଡିଶା ସଚେତନତା ଶିବିର


ପୁରୀ, ୨୪ ଏପ୍ରିଲ୍ (ହି.ସ.)- ଆଜି ଅପରାହ୍ନ୧ଟା ସମୟରେ ଜିଲ୍ଲା ସ୍ତରୀୟ ଅକ୍ଷୟତୃତୀୟା ଅବସରରେ ବାଲ୍ୟ ବିବାହ ନିଷେଧ ପାଇଁ ସପ୍ତାହ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷ, ପୁରୀ ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶ୍ରୀମତୀ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଆଇନ ପରିବିକ୍ଷ ଅଧିକାରୀ, ସମସ୍ତ ଶିଶୁ ବିକାଶ ଅଧିକାରୀ ତଥା ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଅକ୍ଷୟତୃତୀୟା ଅବସରରେ ଯେପରି ବାଲ୍ୟ ବିବାହ ନ ହୁଏ, ସେଥିପାଇଁ ସପ୍ତାହ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ବ୍ଲକ ଓ ଅଙ୍ଗନବାଡି କେନ୍ଦ୍ର ସ୍ତରରେ କରିବାକୁ ପରାମର୍ଶ ଦିଆଗଲା ଓ ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ବ୍ଲକସ୍ତରୀୟ ବାଲ୍ୟ ବିବାହ ନିଷେଧ ଅଧିକାରୀ, ଗ୍ରାମର ମୁଖ୍ୟ, ୱାର୍ଡ ମେମ୍ବର, ଧର୍ମଯାଜକ, ମନ୍ଦିର ପୂଜକ ମାନଙ୍କୁ ସାମିଲ କରିବା ପାଇଁ ଆଲୋଚନା କରାଗଲା।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande