ଜାତୀୟ ପଞ୍ଚାୟତିରାଜ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 24 ଏପ୍ରିଲ୍ (ହି.ସ.)- ଜାତୀୟ ପଞ୍ଚାୟତିରାଜ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଜାତୀୟ ପଞ୍ଚାୟତିରାଜ ଦିବସ’ ଅବସରରେ ସମସ୍ତ ଜନସାଧାରଣ ଓ ପଞ୍ଚାୟତ ପ୍ରତିନିଧ
ପଂଚାୟତିରାଜ ଦିବସ


ଭୁବନେଶ୍ୱର, 24 ଏପ୍ରିଲ୍ (ହି.ସ.)- ଜାତୀୟ

ପଞ୍ଚାୟତିରାଜ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ

ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଜାତୀୟ ପଞ୍ଚାୟତିରାଜ ଦିବସ’ ଅବସରରେ ସମସ୍ତ

ଜନସାଧାରଣ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଜଣେ

ସରପଞ୍ଚ ଭାବେ ମୋର ସାର୍ବଜନୀନ ଜୀବନ ଆରମ୍ଭ ହୋଇଥିବାରୁ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତର

ଶକ୍ତିକୁ ମୁଁ ଅତି ନିକଟରୁ ଅନୁଭବ କରିଛି। ଗାଁର ବିକାଶରେ ହିଁ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ

ନିହିତ, ସେଥିପାଇଁ ଆମ ସରକାର ତୃଣମୂଳ ସ୍ତରର ବିକାଶକୁ

ସର୍ବଦା ପ୍ରାଥମିକତା ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ଏହି କ୍ରମରେ ଆଜି ବଲାଙ୍ଗିରଠାରେ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ସମାରୋହରେ 'ଅନ୍ତ୍ୟୋଦୟ ଗୃହ ଯୋଜନା'ରେ

ଆହୁରି ୫୦,୦୦୦ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବା ସହ

ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଆମେ ଗ୍ରାମାଞ୍ଚଳର ପ୍ରଗତି ପାଇଁ ଆଉ ଏକ

ପାଦ ଆଗକୁ ବଢ଼ିବୁ। ସାମଗ୍ରିକ ସହଭାଗିତାରେ ଆମେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରି

ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପବଦ୍ଧ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande