
ଭୁବନେଶ୍ୱର, ୨୪ ଏପ୍ରିଲ (ହି.ସ) - ରାମକୃଷ୍ଣ ମିଶନର ମୁଖ୍ୟାଳୟ କଲିକତାର ବେଲୁର ମଠର ଉପସଭାପତି ପୂଜ୍ୟ ସ୍ୱାମୀ ଦିବ୍ୟାନନ୍ଦ ଜୀଙ୍କୁ ବାଲେଶ୍ୱର ଠାରେ ସାକ୍ଷାତ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ।
ଏନେଇ ଏକ୍ସରେ ପୋଷ୍ଟ କରି ସାଂସଦ ଲେଖିଛନ୍ତି ଆଜି ରାମକୃଷ୍ଣ ମିଶନର ମୁଖ୍ୟାଳୟ କଲିକତାର ବେଲୁର ମଠର ଉପସଭାପତି ପୂଜ୍ୟ ସ୍ୱାମୀ ଦିବ୍ୟାନନ୍ଦ ଜୀ ଜଳେଶ୍ୱର ସ୍ଥିତ ରାମକୃଷ୍ଣ ମିଶନ ଆଶ୍ରମର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିଲେ। ଏହି ପବିତ୍ର ଅବସରରେ ତାଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ଲାଭ କରିଲି। ଆଶ୍ରମର ଆଧ୍ୟାତ୍ମିକ ପରିବେଶରେ ପୂଜ୍ୟ ସ୍ୱାମୀଜୀଙ୍କ ସହ କିଛି ସମୟ ବିଚାର ବିନିମୟ କରି ଆତ୍ମିକ ଶାନ୍ତି, ଅପାର ଆନନ୍ଦ ଓ ନୂତନ ପ୍ରେରଣା ଅନୁଭବ କରିଲି। ତାଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନ ଜୀବନପଥରେ ନୂତନ ଶକ୍ତି ଓ ସାହସ ସଂଚାର କଲା। ଏହି ସ୍ମରଣୀୟ ସାକ୍ଷାତ୍କାର ମୋ ପାଇଁ ଏକ ଅମୂଲ୍ୟ ଆଧ୍ୟାତ୍ମିକ ଅନୁଭୂତି ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା