ପୁରୀ ଜିଲ୍ଲା ବିଜେପିର କାର୍ଯ୍ୟାଳୟ ନାହିଁ : ହୋଟେଲରେ ହେଉଛି ବୈଠକ, ସମ୍ବର୍ଦ୍ଧନା
ପୁରୀ, ୨୪ ଏପ୍ରିଲ୍ (ହି.ସ.)- କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର ଚାଲିଛି | ଭୁବନେଶ୍ୱର ରେ ବିଜେପି ରାଜ୍ୟ କାର୍ଯ୍ୟାଳୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେବ | ପୁରୀ ଏକ ଅନ୍ତର୍ଜାତୀୟ ଧାର୍ମିକ ଓ ପର୍ଯ୍ୟଟନ କ୍ଷେତ୍ର | ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ପ୍ରତିଦିନ ଲକ୍ଷ ଲକ୍
ପୁରୀ ଜିଲ୍ଲା ବିଜେପିର କାର୍ଯ୍ୟାଳୟ ନାହିଁ : ହୋଟେଲରେ ହେଉଛି ବୈଠକ, ସମ୍ବର୍ଦ୍ଧନା


ପୁରୀ, ୨୪ ଏପ୍ରିଲ୍ (ହି.ସ.)- କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର ଚାଲିଛି | ଭୁବନେଶ୍ୱର ରେ ବିଜେପି ରାଜ୍ୟ କାର୍ଯ୍ୟାଳୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେବ | ପୁରୀ ଏକ ଅନ୍ତର୍ଜାତୀୟ ଧାର୍ମିକ ଓ ପର୍ଯ୍ୟଟନ କ୍ଷେତ୍ର | ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସୁଛନ୍ତି | ସ୍ୱର୍ଣ୍ଣାଭ ବେଳାଭୂମିର ଆକର୍ଷଣ ପର୍ଯ୍ୟଟକମାନଙ୍କୁ ବିମୋହିତ କରୁଛି | ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ | ହେଲେ ସବୁଠାରୁ ଦୁଃଖର ବିଷୟ ପୁରୀ ଭଳି ଜାଗାରେ ବିଜେପିର ଜିଲ୍ଲା କାର୍ଯ୍ୟାଳୟ ନାହିଁ | କଂଗ୍ରେସର ଭିଆଇପି ରୋଡରେ ଇନ୍ଦିରା ଭବନ, ବିଜେଡିର ନରେନ୍ଦ୍ରକୋଣରେ ଜିଲ୍ଲା କାର୍ଯ୍ୟାଳୟ ଓ ସିପିଆଇ (ଏମ )ର ମଙ୍ଗଳାଘାଟ ରୋଡ ରେ କାର୍ଯ୍ୟାଳୟ ରହିଛି | ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଶରତ ମିଶ୍ର ସାଇକେଲରେ ବୁଲି ସଂଗଠନ କରୁଥିଲେ | ପରେ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର ବହୁ ପରିଶ୍ରମ କରି ଜିଲ୍ଲାର ପ୍ରଥମ ବିଜେପି ବିଧାୟକ ଭାବେ ଜୟନ୍ତ ଷଢଙ୍ଗୀଙ୍କୁ ଜିତାଇଥିଲେ | ଏବେ ବ୍ରହ୍ମଗିରିରୁ ଟାଣୁଆ ବିଧାୟିକା ଉପାସନା ମହାପାତ୍ର, ସତ୍ୟବାଦୀରୁ ଓମ ପ୍ରକାଶ ମିଶ୍ର, ପିପିଲିରୁ ଆଶ୍ରିତ ପଟ୍ଟନାୟକ ଓ ନିମାପଡାରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିଜେପି ଦଳରେ ରହିଛନ୍ତି | ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟ ନଥିବାରୁ ହୋଟେଲ, ମଣ୍ଡପ, ଘରୋଇ ଚିକିତ୍ସାଳୟ ସଭାଗୃହରେ ବୈଠକ ବସୁଛି | ଦଳର ପୁରୀରେ ବାର ମାସରେ ବାଇଶିରୁ ଉର୍ଦ୍ଧ୍ଵ ବୈଠକ ହେଉଛି | ପୁରୀରେ ଏକ ବିଶ୍ୱସ୍ତରୀୟ ଜିଲ୍ଲା କାର୍ଯ୍ୟଳୟ ନିର୍ମାଣ ପାଇଁ ଦାବୀ ହେଉଛି | ସାରା ଭାରତରୁ ପ୍ରତିଦିନ ବିଜେପି ନେତା ପୁରୀ ଆସୁଛନ୍ତି | ହୋଟେଲରେ ଅଧିକ ଟଙ୍କା ଦେଇ ରହୁଛନ୍ତି | ଦଳୀୟ କାର୍ଯ୍ୟାଳୟରେ ଶହେରୁ ଉର୍ଦ୍ଧ୍ଵ ରୁମ ନିର୍ମାଣ କରାଯିବା ପାଇଁ ଚର୍ଚ୍ଚା ହେଉଛି | ସାମ୍ବାଦିକ ସମ୍ମିଳନୀ ପାଇଁ ସ୍ୱତନ୍ତ୍ର ହଲ ନିର୍ମାଣ କରିବାକୁ ଦଳୀୟ କର୍ମୀମାନେ ଆଲୋଚନା କରୁଛନ୍ତି | ଏଣୁ ଖୁବ ଶୀଘ୍ର ପୁରୀରେ ଦଳୀୟ କାର୍ଯ୍ୟାଳୟ କରିବା ପାଇଁ ଦାବୀ ପ୍ରବଳ ହେଉଛି |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande