୨୦୨୫–୨୬ ଆର୍ôଥକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ôଥକ ପ୍ରଦର୍ଶନ
ଭୁବନେଶ୍ୱର, ୨୪ ଏପ୍ରିଲ (ହି.ସ) - ପୂର୍ବତଟ ରେଳପଥ ୨୦୨୫–୨୬ ଆର୍ôଥକ ବର୍ଷରେ ଏକ ଦୃଢ଼ ତଥା ସନ୍ତୁଳିତ ଆର୍ôଥକ ପ୍ରଦର୍ଶନ ହାସଲ କରିଛି। ଏହା କାର୍ଯ୍ୟକ୍ଷମ ଦକ୍ଷତା, ରାଜସ୍ୱ ସଂଗ୍ରହ ଏବଂ ସୁଚିନ୍ତିତ ଆର୍ôଥକ ପରିଚାଳନା କ୍ଷେତ୍ରରେ ଭାରତୀୟ ରେଳବାଇର ଅନ୍ୟତମ ଅଗ୍ରଣୀ ଜୋନ୍ ଭାବରେ ନିଜର ସ୍ଥାନକୁ ପୁ
୨୦୨୫–୨୬ ଆର୍ôଥକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ôଥକ ପ୍ରଦର୍ଶନ


ଭୁବନେଶ୍ୱର, ୨୪ ଏପ୍ରିଲ (ହି.ସ) - ପୂର୍ବତଟ ରେଳପଥ ୨୦୨୫–୨୬ ଆର୍ôଥକ ବର୍ଷରେ ଏକ ଦୃଢ଼ ତଥା ସନ୍ତୁଳିତ ଆର୍ôଥକ ପ୍ରଦର୍ଶନ ହାସଲ କରିଛି। ଏହା କାର୍ଯ୍ୟକ୍ଷମ ଦକ୍ଷତା, ରାଜସ୍ୱ ସଂଗ୍ରହ ଏବଂ ସୁଚିନ୍ତିତ ଆର୍ôଥକ ପରିଚାଳନା କ୍ଷେତ୍ରରେ ଭାରତୀୟ ରେଳବାଇର ଅନ୍ୟତମ ଅଗ୍ରଣୀ ଜୋନ୍ ଭାବରେ ନିଜର ସ୍ଥାନକୁ ପୁନଃ ପ୍ରତିପାଦିତ କରିଛି।

ଏହି ଜୋନ୍ ୫୪.୮୧% ର ଏକ ପ୍ରଭାବଶାଳୀ 'ଅପରେଟିଂ ରେସିଓ' (କାର୍ଯ୍ୟକ୍ଷମ ଅନୁପାତ) ରେକର୍ଡ କରି ସମସ୍ତ ରେଳ ଜୋନ୍ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହା ପ୍ରଭାବଶାଳୀ ଖର୍ଚ୍ଚ ନିୟନ୍ତ୍ରଣ, ଉନ୍ନତ ଉତ୍ପାଦନ ଏବଂ ସମ୍ବଳର ଦକ୍ଷ ବିନିଯୋଗକୁ ସୂଚାଉଛି। ମାର୍ଚ୍ଚ ୨୦୨୬ ସୁଦ୍ଧା ପୂର୍ବତଟ ରେଳପଥର ମୋଟ ଆନୁପାତିକ ରାଜସ୍ୱ ୨୬,୦୫୮.୧୦ କୋଟିରେ ପହଂଚିବା ସହ ଆୟରେ ସ୍ଥିର ଅଭିବୃଦ୍ଧି ପ୍ରଦର୍ଶନ କରିଛି।

ଏଥିସହିତ, ଜୋନ୍ ର ପ୍ରାରମ୍ଭିକ ଆୟ ୩୨,୮୩୭.୬୭ କୋଟିରେ ପହଂଚିଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୧% ରୁ ଅଧିକ ଅଭିବୃଦ୍ଧି ଦର୍ଶାଉଛି। ଏହା ପୂର୍ବତଟ ରେଳପଥର ଶକ୍ତିଶାଳୀ ମାଲ୍ ପରିବହନ ଭିତିଭୂମି ଏବଂ ବିଭିନ୍ନ କ୍ଷେତ୍ରରେ ରାଜସ୍ୱ ସଂଗ୍ରହର ନିରନ୍ତର ଗତିକୁ ପ୍ରତିଫଳିତ କରୁଛି।

ଆର୍ôଥକ ପରିଚାଳନା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି। 'ଟ୍ରାଫିକ୍ ସସପେନ୍ସ' ଗତ ଆର୍ôଥକ ବର୍ଷର ୨୫.୦୪ କୋଟି (୦.୧୦୫%) ରୁ ହ୍ରାସ ପାଇ ୨୨.୮୬ କୋଟି (୦.୦୮୭%) ରେ ପହଞ୍ଚିଛି। ଏହି ଗୁରୁତ୍ୱପୂର୍ଣ୍ଣ ହ୍ରାସ ଉନ୍ନତ ଆକାଉଂଟିଂ ଦକ୍ଷତା, ବାକି ଥିବା ଅର୍ଥର ଶୀଘ୍ର ସମାଧାନ ଏବଂ ଉନ୍ନତ ଆର୍ôଥକ ସ୍ୱଚ୍ଛତାକୁ ସୂଚାଉଛି।

ପୂର୍ବତଟ ରେଳପଥ ଚଳିତ ବର୍ଷ ପୁଞ୍ଜି ଖର୍ଚ୍ଚରେ ମଧ୍ୟ ଯଥେଷ୍ଟ ଅଗ୍ରଗତି କରିଛି। ମୋଟ ପୁଞ୍ଜି ଖର୍ଚ୍ଚ ?୧୨,୨୨୧.୮୧ କୋଟିରେ ପହଞ୍ଚିଛି, ଯାହାର ସାମଗ୍ରିକ ବ୍ୟବହାର ସଂଶୋଧିତ ଅନୁଦାନର ୧୦୦% ଅତିକ୍ରମ କରିଛି। ମୋଟ ଆଧାରରେ (ଲିଜ୍, ମୂଲ୍ୟହ୍ରାସ ଏବଂ ଅନ୍ୟାନ୍ୟ ସଂଶୋଧନକୁ ବାଦ ଦେଇ), ଖର୍ଚ୍ଚ ?୬,୪୮୮.୨୪ କୋଟି ଥିଲା, ଯାହା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ଦୃଢ଼ କାର୍ଯ୍ୟକାରିତାକୁ ପ୍ରତିଫଳିତ କରେ। ଯାହାକି, ନୂତନ ଲାଇନ, ଦୋହରୀକରଣ କାର୍ଯ୍ୟ, ଟ୍ରାକ୍ ନବୀକରଣ, ସେତୁ କାର୍ଯ୍ୟ, ସିଗନାଲିଂ ଏବଂ ଟେଲିଯୋଗାଯୋଗ ପ୍ରଣାଳୀ ଏବଂ ଗ୍ରାହକ ସୁବିଧା, କ୍ଷମତା ସୁଦୃଢ଼ କରିବା ଏବଂ ନେଟୱାର୍କରେ ସେବା ଗୁଣବତା ଉନ୍ନତ କରିବାରେ ନିବେଶ ।

ଆର୍ôଥକ ଶୃଙ୍ଖଳାକୁ ଏକ ପ୍ରମୁଖ ପ୍ରାଥମିକତା ଭାବେ ଗ୍ରହଣ କରାଯାଇଛି। ଅଡିଟ୍ ଅନୁପାଳନ, ଷ୍ଟକ୍ ସିଟ୍, ଆକାଉଣ୍ଟାଲ୍ ପ୍ରକ୍ରିୟା ଏବଂ ବାକି ବିଲ୍ ଆଦାୟ କ୍ଷେତ୍ରରେ ପ୍ରଭାବଶାଳୀ ମନିଟରିଂ ଏବଂ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଏହି ପ୍ରୟାସ ଜୋନ୍ ମଧ୍ୟରେ ସ୍ୱଚ୍ଛତା, ଉତରଦାୟିତ୍ୱ ଏବଂ ସାମଗ୍ରିକ ଆର୍ôଥକ ପ୍ରଶାସନକୁ ସୁଦୃଢ଼ କରିଛି।

ସାମୁହିକ ଭାବେ, ୨୦୨୫–୨୬ ଆର୍ôଥକ ବର୍ଷରେ ପୂର୍ବତଟ ରେଳପଥର ପ୍ରଦର୍ଶନ ଦକ୍ଷତା, ଅଭିବୃଦ୍ଧି ଏବଂ ଆର୍ôଥକ ସତର୍କତା ଉପରେ ଏହାର ନିରନ୍ତର ଧ୍ୟାନକୁ ପ୍ରତିଫଳିତ କରେ। ସେବାର ଉଚ୍ଚ ମାନ ବଜାୟ ରଖିବା ସହିତ ବିଶେଷ କରି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ମାଲ୍ ପରିବହନ କାର୍ଯ୍ୟରେ ଏହି ଜୋନ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande