ଶଙ୍ଖକ୍ଷେତ୍ର ଫାଉଣ୍ଡେସନର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଏପ୍ରିଲ ୨୬ରେ
ପୁରୀ, ୨୪ ଏପ୍ରିଲ୍ (ହି.ସ.) - ଶଙ୍ଖକ୍ଷେତ୍ର ଫାଉଣ୍ଡେସନ ଆନୁକୂଲ୍ୟରେ ବଡଦାଣ୍ଡ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ସଭାଗୃହରେ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫାଉଣ୍ଡେସନର ସଭାପତି ତଥା ବରିଷ୍ଠ ଆଇନଜୀବୀ ଡକ୍ଟର ପ୍ରଧାନ ଧିରେନ ରାୟ ଅଧ୍ୟକ୍ଷତା କରି କହିଲ
ଶଙ୍ଖକ୍ଷେତ୍ର ଫାଉଣ୍ଡେସନର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଏପ୍ରିଲ ୨୬ ରେ


ପୁରୀ, ୨୪ ଏପ୍ରିଲ୍ (ହି.ସ.) - ଶଙ୍ଖକ୍ଷେତ୍ର ଫାଉଣ୍ଡେସନ ଆନୁକୂଲ୍ୟରେ ବଡଦାଣ୍ଡ ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ସଭାଗୃହରେ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫାଉଣ୍ଡେସନର ସଭାପତି ତଥା ବରିଷ୍ଠ ଆଇନଜୀବୀ ଡକ୍ଟର ପ୍ରଧାନ ଧିରେନ ରାୟ ଅଧ୍ୟକ୍ଷତା କରି କହିଲେ ଶ୍ରୀକ୍ଷେତ୍ର ଶଙ୍ଖକ୍ଷେତ୍ରରେ ଅନେକ ପ୍ରତିଭା ଲୁକାୟିତ ହୋଇ ରହିଛି । ସେହି ପ୍ରତିଭା ମାନଙ୍କୁ ପ୍ରତିଯୋଗିତା ମାଧ୍ୟମରେ ଲୋକଲୋଚନକୁ ଆଣିବା ଫାଉଣ୍ଡେସନର ମୂଳଲକ୍ଷ । ଚଳିତ ମାସ ୨୬ ତାରିଖରେ ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କରାଯିବ । ୪ ବର୍ଷ ରୁ ୮ ବର୍ଷ ମଧ୍ୟରେ ସବ ଜୁନିୟର, ୯ରୁ ୧୨ ବର୍ଷ ମଧ୍ୟରେ ଜୁନିଅର ଓ ୧୩ରୁ ଉର୍ଦ୍ଧ୍ୱ ସିନିୟର ପ୍ରତିଯୋଗୀଙ୍କୁ ପୁଅ ଓ ଝିଅଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଯୋଗ, ଡ୍ରଇଁ, ଫ୍ୟାନ୍ସି ଡ୍ରେସ, କ୍ଲାସିକାଲ ଡ୍ୟାନ୍ସ, ସେମି କ୍ଲାସିକାଲ ଡ୍ୟାନ୍ସ, ମଡର୍ଣ୍ଣ ଡ୍ୟାନ୍ସ, କ୍ରାଫ୍ଟ ଗ୍ୟାଲେରୀ, ମିସ ପୁରୀ ଓ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହେବ । ମେ ୨୭ରେ ଫାଉଣ୍ଡେସନର ଚତୁର୍ଥ ବାର୍ଷିକ ଉତ୍ସବରେ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ବୈଠକରେ ଅନୁଷ୍ଠାନର ଉପଦେଷ୍ଟା ରତ୍ନାକର ଦାସ,ଡକ୍ଟର ରଶ୍ମିରଞ୍ଜନ ମାର୍ଥା, ସଂଯୋଜକ ରାଜଶ ପ୍ରଧାନ, ସମ୍ପାଦିକା ଗୀତାଶ୍ରୀ ପଟ୍ଟନାୟକ, କୋଷାଧ୍ୟକ୍ଷା ରେଣୁବାଳା ଜୟସିଂହ ପ୍ରମୁଖ ମଂଚାସୀନ ହୋଇଥିଲେ । ଦିପ୍ତୀ ମିଶ୍ର, ଗୀତାଞ୍ଜଳି ମହାନ୍ତି, କଳ୍ପନା ମୁଦୁଲି, ସୌଦାମିନୀ ଜୟସିଂହ, ସୁନିତା ନାୟକ ଓ ଇତିଶ୍ରୀ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିବା ପାଇଁ ୮୧୪୪୭୫୨୩୩୫ ମୋବାଇଲ ନମ୍ବର ସହ ଯୋଗାଯୋଗ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande