
କେନ୍ଦ୍ରାପଡ଼ା, ୨୪ ଏପ୍ରିଲ୍(ହି.ସ.) – ରକ୍ତାକ୍ତ ଅବସ୍ଥାରେ ଯୁବକ ଠାବ। କେନ୍ଦ୍ରାପଡା ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ମାର୍ଶାଘାଇ କ୍ରସିଂ ଠାରେ ମୁର୍ମୁଷ ଅବସ୍ଥାରେ ଯୁବକ ଉଦ୍ଧାର। ରାସ୍ତା ପାର୍ଶ୍ୱ ରେଷ୍ଟ ସେଡ୍ ଭିତରେ ରକ୍ତାକ୍ତ ଅବସ୍ଥାରେ ଠାବ କଲେ ସ୍ଥାନୀୟ ଲୋକେ। ଯୁବକଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ, ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ, ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଯୁବକଙ୍କ କଥା ସ୍ପଷ୍ଟଭାବେ ବୁଝିହେଉନଥିବା ବେଳେ, ତାଙ୍କର ପରିଚୟ ମିଳିପାରିନାହିଁ।
.......................................
ହିନ୍ଦୁସ୍ଥାନ ସମାଚାର / ରବି