
ନୂଆଦିଲ୍ଲୀ, ୨୫ ଅପ୍ରେଲ (ହି.ସ.)- ଗୌହାଟୀ ହାଇକୋର୍ଟ କଂଗ୍ରେସ ନେତା ପୱନ ଖେରାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ କଂଗ୍ରେସ ସାଧାରଣ ସମ୍ପାଦକ (ଯୋଗାଯୋଗ) ଜୟରାମ ରମେଶ କଂଗ୍ରେସ ନେତା ପୱନ ଖେରାଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ପୱନ ଖେରାଙ୍କ ସହ ଦୃଢ଼ ଭାବରେ ଛିଡା ହୋଇଛି ଏବଂ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାର ପ୍ରକ୍ରିୟା ଚାଲିଛି ।
ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଲେଖିଛନ୍ତି ଯେ, କଂଗ୍ରେସ ଆତ୍ମବିଶ୍ୱାସୀ ଯେ ଧମକ, ଡରାଇବା- ଧମକାଇବା ଏବଂ ନିର୍ଯ୍ୟାତନା ରାଜନୀତି ଉପରେ ନ୍ୟାୟର ବିଜୟ ହେବ ।
ଗୌହାଟୀ ହାଇକୋର୍ଟ ଶୁକ୍ରବାର ଦିନ ପୱନ ଖେରାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ । ଏହି ମାମଲା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିନିକି ଭୁୟାଁ ଶର୍ମାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଅପରାଧିକ ମାମଲା ସହ ଜଡ଼ିତ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ