ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ନଦୀୟା ଜିଲ୍ଲାରେ କଲେ ଏକ ରୋଡ ସୋ
ଆସାନସୋଲ, ୨୬ ଏପ୍ରିଲ୍(ହି.ସ.) – ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଖେଇ ଆସୁଛି ଏବଂ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ରବିବାର ଦିନ ନଦୀୟା ଜିଲ୍ଲାରେ ଏକ ରୋଡ ସୋ କରିଥିଲେ। ଏହି
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ନଦୀୟା ଜିଲ୍ଲାରେ କଲେ ଏକ ରୋଡ ସୋ


ଆସାନସୋଲ, ୨୬ ଏପ୍ରିଲ୍(ହି.ସ.) – ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଖେଇ ଆସୁଛି ଏବଂ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ରବିବାର ଦିନ ନଦୀୟା ଜିଲ୍ଲାରେ ଏକ ରୋଡ ସୋ କରିଥିଲେ। ଏହି ରୋଡ ସୋ’କୁ ନେଇ ବିଜେପି କର୍ମୀ ତଥା ସାଧାରଣ ଜନତାଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।

ରୋଡ ସୋ ସମୟରେ ନିତିନ ନବୀନ କହିଥିଲେ ଯେ ତାଙ୍କର ବିଶ୍ୱାସ ଯେ ସମଗ୍ର ଭାରତ ନରେନ୍ଦ୍ର ମୋଦୀ ଏବଂ ବିଜେପି ସହିତ ରହିଛି। ସେ କହିଥିଲେ ଯେ ପଶ୍ଚିମବଙ୍ଗର ଲୋକମାନେ ଏହି ନିର୍ବାଚନରେ ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି ଏବଂ ବିଜେପି ଏଥିରେ ଆଗରେ ରହିଛି। ତାଙ୍କ କହିବା ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ବିଜେପି କର୍ମୀଙ୍କ ତୁଳନାରେ ଅଧିକ ସାଧାରଣ ଲୋକ ରାଜରାସ୍ତାକୁ ଆସି ନିଜର ସମର୍ଥନ ଦେଖାଉଛନ୍ତି।

ନୀତିନ ନବୀନ ଦାବି କରିଛନ୍ତି ଯେ ବର୍ତମାନ ଘରୁ ଘରକୁ କେବଳ ଗୋଟିଏ କଥା କୁହାଯାଉଛି-ମୋଦିଜୀଙ୍କୁ ଏଥର ଭୋଟ୍ ଦିଅନ୍ତୁ। ଏହା ଲୋକଙ୍କ ବିଜୟ ହେବ ବୋଲି ସେ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗ ଦୀର୍ଘ ସମୟ ଧରି ଅଶାନ୍ତ ରହିଛି, ଯେଉଁଠାରେ ମହିଳା ଏବଂ ଯୁବକମାନେ ଅତ୍ୟାଚାରର ଶିକାର ହୋଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande