ଗାଜିପୁର ଘଟଣାରେ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉ : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ, ୨୫ ଅପ୍ରେଲ (ହି.ସ.)- ଉତରପ୍ରଦେଶର ଗାଜିପୁରରେ ଜଣେ ମହିଳାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଏବ
ଗାଜିପୁର ଘଟଣାରେ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉ : ରାହୁଲ ଗାନ୍ଧୀ


ନୂଆଦିଲ୍ଲୀ, ୨୫ ଅପ୍ରେଲ (ହି.ସ.)- ଉତରପ୍ରଦେଶର ଗାଜିପୁରରେ ଜଣେ ମହିଳାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଏବଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ହାଥରସ୍, କଠୁଆ, ଉନ୍ନାଓ ଏବଂ ବର୍ତମାନ ଗାଜିପୁରର ଘଟଣାକୁ ଏକ ନମୁନା ଭାବରେ ବର୍ଣ୍ଣନା କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ପ୍ରତ୍ୟେକ ଥର ପୀଡ଼ିତା ଦଳିତ, ପଛୁଆ, ଆଦିବାସୀ କିମ୍ବା ଗରିବ ହୋଇଥାଏ ଏବଂ ଅପରାଧୀମାନଙ୍କୁ ସୁରକ୍ଷା ମିଳିଥାଏ । ସେ ମଣିପୁର ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଶାସନ କ୍ଷମତାରେ ଥିବା ଦଳ ପ୍ରତ୍ୟେକ ଥର ନୀରବ ଥାଏ ଏବଂ ଯେଉଁମାନେ କହିବା ଆଶା କରାଯାଏ ସେମାନେ ନୀରବ ରୁହନ୍ତି । ଯେଉଁ ଦେଶରେ ପିତାମାତାଙ୍କୁ ନିଜ ଝିଅର ଏଫ୍. ଆଇ. ଆର. ପଞ୍ଜିକୃତ କରିବା ପାଇଁ ଭିକ୍ଷା କରିବାକୁ ପଡ଼ିଥାଏ, ସେଠାରେ ସରକାରଙ୍କର କ୍ଷମତାରେ ରହିବାର କୌଣସି ନୈତିକ ଅଧିକାର ନାହିଁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande