
ବହରାଇଚ, ୨୫ ଏପ୍ରିଲ (ହି.ସ.)। ପଡ଼ୋଶୀ ଦେଶ ନେପାଳର ବାଲେନ ଶାହ ସରକାର ଏକ
ନୂତନ କର (ଟ୍ୟାକ୍ସ) ଲାଗୁ କରିଛନ୍ତି। ନେପାଳ ସରକାର ଭାରତରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ
କର ଲାଗୁ କରିବା ସହ ସୀମାରେ କଡାକଡି କରିଛନ୍ତି । ସରକାର ୧୦୦ ନେପାଳୀ ଟଙ୍କା, ଅର୍ଥାତ୍ ପ୍ରାୟ ୬୨
ଭାରତୀୟ ଟଙ୍କାଠାରୁ ଅଧିକ ମୂଲ୍ୟର ସାମଗ୍ରୀ ଉପରେ ନେପାଳ କଷ୍ଟମ ଶୁଳ୍କ ଲାଗୁ କରିଛନ୍ତି। ଏହି
ଶୁଳ୍କର ପ୍ରଭାବ ସବୁଠାରୁ ଅଧିକ ସୀମାନ୍ତ ଅଞ୍ଚଳର ବଜାରଗୁଡ଼ିକରେ ଦେଖାଯାଉଛି।
ଏହା ପୂର୍ବରୁ ନେପାଳୀ ନାଗରିକମାନେ ଦୈନିକ ଘରୋଇ ସାମଗ୍ରୀ କିଣିବା
ପାଇଁ ସୀମା ଅତିକ୍ରମ କରି ଭାରତୀୟ ବଜାରକୁ ଆସୁଥିଲେ। ଏହି ନିଷ୍ପତ୍ତିର ସବୁଠାରୁ ଅଧିକ ପ୍ରଭାବ
ସୀମାନ୍ତ ଭାରତୀୟ ବଜାରକୁ, ବିଶେଷକରି
ରୁପଇଡିହା, ବାବାଗଞ୍ଜ ଏବଂ
ନାନପାରାରେ ପଡ଼ୁଥିବା ଦେଖାଯାଉଛି।
ସୀମାନ୍ତ ବ୍ୟାପାରୀମାନଙ୍କ କହିବା ଅନୁସାରେ, ନେପାଳ ସରକାରଙ୍କ
ଏହି ନିଷ୍ପତ୍ତି ଫଳରେ ୪୦ ପ୍ରତିଶତରୁ ଅଧିକ ବ୍ୟବସାୟ କମିଯାଇଛି। ଏହି ପଦକ୍ଷେପରେ ଭାରତୀୟ
ବ୍ୟାପାରୀମାନେ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି। ନେପାଳ ସୀମା ନିକଟସ୍ଥ ଭାରତୀୟ ବଜାରରେ ନେପାଳୀ
ନାଗରିକମାନେ ପରିବା, ଚାଉଳ, ଡାଲ ସହିତ ବାସନ
ମଧ୍ୟ ଶସ୍ତା ଦାମରେ ପାଇଥାନ୍ତି। ଏହି କାରଣରୁ ନେପାଳୀ ନାଗରିକମାନେ ରୁପଇଡିହା, ବାବାଗଞ୍ଜ ଓ
ନାନପାରା ବଜାରରୁ ବହୁ ପରିମାଣରେ ଭାରତୀୟ ସାମଗ୍ରୀ କିଣୁଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା