ମଉରେ ସ୍କର୍ପିଓ-ଟ୍ରେଲର ଧକ୍କାରେ 5 ମୃତ
ମଉ, ୨୫ ଏପ୍ରିଲ (ହି.ସ.)। ଉତ୍ତର ପ୍ରଦେଶର ମଉ ଜିଲ୍ଲାର ଦୋହରୀଘାଟ ଥାନା ଅଞ୍ଚଳର ବରସାତପୁର ଅହିରାଣୀ ହାଇୱେରେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ଘଟିଥିବା ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ପାଇ ପୋଲିସ ଘଟଣାସ୍ଥ
ମଉରେ ସ୍କର୍ପିଓ-ଟ୍ରେଲର ଧକ୍କାରେ 5 ମୃତ


ମଉ,

୨୫ ଏପ୍ରିଲ

(ହି.ସ.)। ଉତ୍ତର ପ୍ରଦେଶର ମଉ ଜିଲ୍ଲାର ଦୋହରୀଘାଟ ଥାନା ଅଞ୍ଚଳର ବରସାତପୁର ଅହିରାଣୀ ହାଇୱେରେ

ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ଘଟିଥିବା ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣଙ୍କ

ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରୁଛି।

ପୋଲିସ ଅଧିକ୍ଷକ କମଲେଶ ବହାଦୁରଙ୍କ କହିବା ଅନୁସାରେ, ଏକ ସ୍କର୍ପିଓ

ଗାଡ଼ି ନିୟନ୍ତ୍ରଣ ହାରାଇ ନିଜ ଲେନ୍ରୁ ବାହାରି ଅନ୍ୟ ଲେନ୍କୁ ପହଞ୍ଚିଥିଲା ଏବଂ ସାମ୍ନାରୁ

ଆସୁଥିବା ଟ୍ରେଲର ସହିତ ଭୟଙ୍କର ଧକ୍କା ଲାଗିଥିଲା। ଧକ୍କା ଏତେ ଭୟାବହ ଥିଲା ଯେ ସ୍କର୍ପିଓରେ

ଥିବା ସମସ୍ତ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା

ଏକ ପୋଷା କୁକୁରଟି ମଧ୍ୟ ମରିଯାଇଥିଲା।

ସୂଚନା ମିଳିବା ସହିତ ଦୋହରୀଘାଟ ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି

ଉଦ୍ଧାର ଓ ସହାୟତା କାମ ଆରମ୍ଭ କରିଥିଲେ। ପୋଲିସ ସମସ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ

ମଉ ଜିଲ୍ଲା ହସ୍ପିଟାଲକୁ ପଠାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande