ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କାରଣରୁ ରାଜ୍ୟଗୁଡ଼ିକର ଜନସଂଖ୍ୟା ଢାଂଚା ବଦଳୁଛି: ହେମନ୍ତ ବିଶ୍ୱ ଶର୍ମା
କୋଲକାତା, ୨୫ ଏପ୍ରିଲ୍(ହି.ସ.) – ଆସାମର ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱ ଶର୍ମା ଶନିବାର କହିଛନ୍ତି ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ କେବଳ ଏକ ରାଜ୍ୟ ନିର୍ବାଚନ ନୁହେଁ, ବରଂ ସମଗ୍ର ଦେଶ ସହିତ ଜଡ଼ିତ ଏକ ବିଷୟ। ସେ ଅଭିଯୋଗ କରିଛନ୍ତି ଯେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କାରଣରୁ ରାଜ୍ୟର ଜନସଂ
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କାରଣରୁ ରାଜ୍ୟଗୁଡ଼ିକର ଜନସଂଖ୍ୟା ଢାଂଚା ବଦଳୁଛି: ହେମନ୍ତ ବିଶ୍ୱ ଶର୍ମା


କୋଲକାତା, ୨୫ ଏପ୍ରିଲ୍(ହି.ସ.) – ଆସାମର ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱ ଶର୍ମା ଶନିବାର କହିଛନ୍ତି ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ କେବଳ ଏକ ରାଜ୍ୟ ନିର୍ବାଚନ ନୁହେଁ, ବରଂ ସମଗ୍ର ଦେଶ ସହିତ ଜଡ଼ିତ ଏକ ବିଷୟ। ସେ ଅଭିଯୋଗ କରିଛନ୍ତି ଯେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କାରଣରୁ ରାଜ୍ୟର ଜନସଂଖ୍ୟା ଢାଂଚା ବଦଳୁଛି ଏବଂ ଏହାର ପ୍ରଭାବ ପଡ଼ୋଶୀ ରାଜ୍ୟଗୁଡ଼ିକରେ ପହଂଚୁଛି।

କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆସାମ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି(ବିଜେପି) ଆସାମର ୧୨୬ ଟି ଆସନ ମଧ୍ୟରୁ ୧୦୦ ରୁ ଅଧିକ ଆସନ ଜିତିବ। ସେ ଏହା ମଧ୍ୟ କହିଛନ୍ତି ଯେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ଦଳ ୧୫୨ଟି ଆସନ ମଧ୍ୟରୁ ୧୧୦ଟି ଜିତିବ।

ଏପରିକି ବିଜେପି ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ଆସନ ଜିତିପାରିବ ବୋଲି ସେ କହିଛନ୍ତି। ତାଙ୍କ ମତରେ, ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୩ ପ୍ରତିଶତ ମତଦାନ ଦର୍ଶାଉଛି ଯେ ଆଉ ଭୟର ବାତାବରଣ ନାହିଁ ଏବଂ ଲୋକମାନେ ଖୋଲାଖୋଲି ସମର୍ଥନ କରୁଛନ୍ତି।

ଡ. ହିମନ୍ତ ବିଶ୍ୱ ଶର୍ମା କହିଥିଲେ ଯେ ସମଗ୍ର ପୂର୍ବ ଏବଂ ଉତର-ପୂର୍ବ ଭାରତ ପାଇଁ ପଶ୍ଚିମବଙ୍ଗ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ। ଟିଏମସି ବାହାର ନେତାଙ୍କ ପ୍ରସଙ୍ଗ ଉଠାଇଥିବା ଅଭିଯୋଗ କରି ସେ କହିଛନ୍ତି ଯେ ଅନୁପ୍ରବେଶର ପ୍ରଭାବ କେବଳ ବଙ୍ଗଳା ଏବଂ ଆସାମରେ ସୀମିତ ନୁହେଁ ବରଂ ଝାଡ଼ଖଣ୍ଡ, ବିହାର ଏବଂ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିବାରେ ଲାଗିଛି। ଅଭିଯୋଗ କରିଛନ୍ତି ଯେ ଯଦି ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତନ ନହୁଏ, ତେବେ ରାଜ୍ୟ ବାଂଲାଦେଶର ସମ୍ପ୍ରସାରଣ ହୋଇପାରେ। ସେ କହିଥିଲେ ଯେ ଥରେ ଜନସଂଖ୍ୟାର ସନ୍ତୁଳନ ବଦଳିଗଲେ, ଏହାକୁ ଫେରାଇ ଆଣିବା କଷ୍ଟକର।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande