
ଗଞ୍ଜାମ, ୨୭ ଏପ୍ରିଲ୍ (ହି.ସ.)- ଗଞ୍ଜାମ ଜିଲ୍ଲାର ଐତିହାସିକ ତ୍ରିଵାର୍ଷିକ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଯାଇଛି। ଫଳରେ ଭଞ୍ଜନଗର ସ଼ହର ଚଳଚଞ୍ଚଳ ହୋଇପଡିଛି। ଭଞ୍ଜ ରାଜବଂଶର ଆରାଧ୍ୟ ଦେବୀ ମା ଵ୍ଯାଘ୍ରଦେଵୀଙ୍କୁ ପୂଜା ଆରାଧନା କରିବା ସହ ସୁସଜ୍ଜିତ ଶଗଡ଼ ଗାଡ଼ିରେ ଆବାହନ କରି କୁଲାଡ ଠାରୁ ଭଞ୍ଜନଗର ସହରକୁ ଆଣି ପିତା ଦେଶୀ ଵେହେରାଙ୍କ ଘର ଅସ୍ଥାୟୀ ମଣ୍ଡପରେ ଗତକାଲି ବିଳମ୍ବିତ ରାତିରେ ଅବସ୍ଥାନ କରାଯାଇଛି ଓ ଯାତ୍ରା ଧୁମଧାମରେ ଆରମ୍ଭ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ