ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର
କେନ୍ଦ୍ରାପଡ଼ା, ୨୭ ଏପ୍ରିଲ୍(ହି.ସ.) – ଆଳି ବ୍ଲକଠାରେ ଆଜି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସାଧାରଣ ଲୋକମାନେ ନିଜ ନିଜ ସମସ୍ୟା ଓ ଅଭିଯୋଗ ଗୁଡ଼ିକୁ ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆଣିଥିଲେ। ଆଜିର ଶିବିରରେ ମୋଟ ୬୩ଟି ଅଭିଯୋଗ
---------------ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର


କେନ୍ଦ୍ରାପଡ଼ା, ୨୭ ଏପ୍ରିଲ୍(ହି.ସ.) – ଆଳି ବ୍ଲକଠାରେ ଆଜି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସାଧାରଣ ଲୋକମାନେ ନିଜ ନିଜ ସମସ୍ୟା ଓ ଅଭିଯୋଗ ଗୁଡ଼ିକୁ ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆଣିଥିଲେ। ଆଜିର ଶିବିରରେ ମୋଟ ୬୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୪୮ଟି ବ୍ୟକ୍ତଗତ ଏବଂ ୧୫ ଟି ସାମୂହିକ ଜ୍ଝ ତଦ୍ମଧ୍ୟରୁ ୭ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏହି ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଓ ଡେପୁଟି କଲେକ୍ଟର (ସାଧାରଣ ଓ ବିବିଧ) ସରୋଜ କୁମାର ବେହେରାଙ୍କ ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ଯେ, ଆଳି ବ୍ଲକରେ ଗତ ୨ ଫେବୃଆରୀରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୯୩ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥିମଧ୍ୟରୁ ବର୍ତମାନ ସୁଦ୍ଧା ୬୩ ଟି ଅଭିଯୋଗର ସମାଧାନ ହୋଇସାରିଛି। ପ୍ରକାଶ ଥାଉ କି, ଆସନ୍ତା ଦିନଗୁଡ଼ିକରେ ବିଭିନ୍ନ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ପ୍ରକାଶଥାଉ କି, ୪ ମଇରେ ମାର୍ଶାଘାଇ ବ୍ଲକ, ୧୧ ମଇରେ ମହାକାଳପଡ଼ା ବ୍ଲକ, ୧୮ ମଇରେ ଡେରାବିଶ ବ୍ଲକ ଏବଂ ୨୫ ମଇରେ ଗରଦପୁର ବ୍ଲକରେ ଏହି ଶିବିରଗୁଡ଼ିକ ଆୟୋଜିତ ହେବ।

......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande