
ଭଦ୍ରକ, ୨୭ ଅପ୍ରେଲ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକର ଗୋପବନ୍ଧୁ ନଗର ହାଇସ୍କୁଲ୍ରେ ନୂତନ ହିନ୍ଦୀ ଶିକ୍ଷକ ଭାବେ ସଂଗ୍ରାମ କେଶରୀ ମଲ୍ଲିକ୍ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତ ୨୩ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ମଲ୍ଲିକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏହି ନିଯୁକ୍ତି ପତ୍ର ପାଇବା ପରେ ଶ୍ରୀ ମଲ୍ଲିକ୍ ଗତ ୨୪ ତାରିଖରେ ବିଦ୍ୟାଳୟରେ ଶିକ୍ଷକତା କାର୍ଯ୍ୟରେ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ ସାମନ୍ତରା ଶ୍ରୀ ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଚିନ୍ମୟୀ ରାଉତ, ସଞ୍ଜୟ କୁମାର ଅଗସ୍ତୀ, ଶୁଭସ୍ମିତା ଦାସ, ରୂପାଲୀ ରାଉତରାୟ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ପ୍ରକାଶଥାଉକି ବନ୍ତ ବ୍ଲକ କଳାପାହାଡ ଗ୍ରାମର ଶିକ୍ଷକ ଜଗନ୍ନାଥ ମଲ୍ଲିକ୍ ଓ ଶିକ୍ଷୟିତ୍ରୀ ଆରତୀ ବିଶ୍ୱାଳଙ୍କ ସୁପୁତ୍ର ଅଟନ୍ତି ସଂଗ୍ରାମ । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ନାତକ, କେନ୍ଦ୍ରୀୟ ବିଦ୍ୟାଳୟ ପଣ୍ଡିଚେରୀରେ ସ୍ନାତକତୋର ଏବଂ ଶେଷରେ ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭା ବିଜୟୱାଡାରେ ହିନ୍ଦୀ ବିଇଡି ପାଠ୍ୟକ୍ରମରେ କୃତିତ୍ୱର ସହ ଉତୀର୍ଣ୍ଣ ହୋଇଥିଲେ । ଉକ୍ତ ପ୍ରମାଣପତ୍ର ମୂଳେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିଯୁକ୍ତି ପତ୍ର ଗ୍ରହଣ କରିଥିବାରୁ ଅଂଚଳବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ