ଘରୁ ବାହାରି ପାରୁନାହାଁନ୍ତି ଗ୍ରାମବାସୀ
ଘରୁ ବାହାରି ପାରୁନାହାଁନ୍ତି ଗ୍ରାମବାସୀ ଟେଣ୍ଡର ହେବାର ଦୁଇବର୍ଷ ପରେ ମଧ୍ୟ ହେଉନ ିଡ୍ରେନ୍ କାମ କେନ୍ଦ୍ରାପଡ଼ା, ୨୭ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ଅନେକ ସମସ୍ୟା ଲାଗିରହିଛି। ଏହି ସମସ୍ୟାମାନଙ୍କ ଭିତରୁ ମୁଖ୍ୟ ସମସ୍ୟା ହେଲା ଡ୍ରେନ୍ ନିର୍ମାଣ। ବିଗତ
---ଘରୁବାହାରିପାରୁନାହାଁନ୍ତିଗ୍ରାମବାସୀ ।


ଘରୁ ବାହାରି ପାରୁନାହାଁନ୍ତି ଗ୍ରାମବାସୀ

ଟେଣ୍ଡର ହେବାର ଦୁଇବର୍ଷ ପରେ ମଧ୍ୟ ହେଉନ ିଡ୍ରେନ୍ କାମ

କେନ୍ଦ୍ରାପଡ଼ା, ୨୭ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ଅନେକ ସମସ୍ୟା ଲାଗିରହିଛି। ଏହି ସମସ୍ୟାମାନଙ୍କ ଭିତରୁ ମୁଖ୍ୟ ସମସ୍ୟା ହେଲା ଡ୍ରେନ୍ ନିର୍ମାଣ। ବିଗତ ଦୁଇବର୍ଷ ହେଲା ପୈାରସଂସ୍ଥା ତରଫରୁ ୧୨ ନମ୍ବର ୱାର୍ଡରେ ସୁରଜକ୍ଲବ ପକ୍ଷରୁ ଡ୍ରେନ୍ ନିର୍ମାଣ କରିବା ପାଇ ଁଟେଣ୍ଡର ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ଡ୍ରେନ୍ ନିର୍ମାଣ ହୋଇପାରୁ ନାହିିଁ। ଯାହାଫଳରେ ସାମାନ୍ୟ ବର୍ଷା ହେଲେ ଗ୍ରାମବାସୀଙ୍କ ଘର ଭିତରେ ବର୍ଷାଜଳ ପଶୁଛି। ଦୁଇତିନି ମାସ ବରିଷ୍ଠ ନାଗରିକ, ମହିଳା ଘରୁ ବାହାରି ପାରୁନାହାଁନ୍ତି। ସ୍କୁଲ୍ଛାତ୍ରଛାତ୍ରୀସ୍କୁଲକୁ ଯାଇପାରୁନାହାଁନ୍ତି। ଏ ବିଷୟରେ ବାରମ୍ବାର ପୈାର କାର୍ଯ୍ୟନିର୍ବାହୀ ଅଧିକାରୀ, ପୈାର ଅଧ୍ୟକ୍ଷାକୁ ଜଣାଉଥିଲେ ମଧ୍ୟ ଏମାନେ ନିରୁପାୟ ହୋଇ କୈାଣସି ପଦକ୍ଷେପ ନେଇପାରୁ ନାହାଁନ୍ତି। ଠିକାଦାର ଜଣକ କାମନେଇ ସ୍ଥାନୀୟ କାଉନ୍ସିଲରଙ୍କୁ ସବ୍ଲେଟ୍ରେକାମ ଦେଇଥିବାରୁ ଦୁଇବର୍ଷ ବିତିଯାଇଥିଲେ ମଧ୍ୟ କାଉନ୍ସିଲର ଏପର୍ଯ୍ୟନ୍ତ କାମ ଆରମ୍ଭ କରୁନାହାଁନ୍ତି। ସୋମବାର ଦୁଇଶହରୁ ଉର୍ଦ୍ଧ୍ୱଗ୍ରାମବାସୀ ସମାଜସେବୀ ଆବୁହୋସେନ୍ଙ୍କ ସହିତ ଲାଲ୍ୱାବୁଖାନ୍, ସେକ୍ମୈାସିମ୍, ସେକ୍ ଆକବର, ସରାଫତ୍ ଅଲ୍ଲୀ, ସେକ୍ୱାବୁ ଜିଲ୍ଲାପାଳଙ୍କୁ ଭେଟି ସପ୍ତାହକ ମଧ୍ୟରେ ଡ୍ରେନ୍କାମ ଆରମ୍ଭ ନ ହେଲେ ଜିଲ୍ଲାକାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande