ପଚା ସଢା ପାଣିରେ ଚାଲିଛି ଶ୍ରୀ ବଳଦେବଜୀଉଙ୍କ ଚନ୍ଦନଯାତ୍ରା
କେନ୍ଦ୍ରାପଡ଼ା, ୨୭ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡାର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ଚନ୍ଦନଯାତ୍ରା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଯାଇଛି। ଏହି ଯାତ୍ରା ଦୀର୍ଘ ୨୧ ଦିନ ପର୍ଯ୍ୟନ୍ତ ଚାଲିବ। ପ୍ରବଳ ଗ୍ରୀଷ୍ମ ଋତୁରେ ଦିଅଁ ମାନଙ୍କୁ ମାନବିକ ବିଚାର ରେ ଶୀତଳତା ପ୍ରଦାନ ପାଇଁ ଚ
---ପଚା ସଢା ପାଣିରେ ଚାଲିଛି ଶ୍ରୀ ବଳଦେବଜୀଉଙ୍କ ଚନ୍ଦନଯାତ୍ରା


କେନ୍ଦ୍ରାପଡ଼ା, ୨୭ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡାର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ଚନ୍ଦନଯାତ୍ରା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଯାଇଛି। ଏହି ଯାତ୍ରା ଦୀର୍ଘ ୨୧ ଦିନ ପର୍ଯ୍ୟନ୍ତ ଚାଲିବ। ପ୍ରବଳ ଗ୍ରୀଷ୍ମ ଋତୁରେ ଦିଅଁ ମାନଙ୍କୁ ମାନବିକ ବିଚାର ରେ ଶୀତଳତା ପ୍ରଦାନ ପାଇଁ ଚନ୍ଦନ ପୋଖରୀ ରେ ଡଙ୍ଗାରେ ବସାଯାଇ ଚାପ ଖେଳ କରାଯିବାର ପରମ୍ପରା ବହୁ ପ୍ରାଚୀନ କାଳରୁ ପାଳନ କରାଯାଇ ଆସୁଛି। ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଠାରୁ ପ୍ରାୟ ଅଧ କିମି ଦୂରରେ ଥିବା ନୂଆ ଚନ୍ଦନ ପୋଖରୀରେ ଏବେ ପାଳନ କରାଯାଉ ଥିବାବେଳେ ସେହି ଚନ୍ଦନ ପୋଖରୀ ର ପାଣିର ଅବସ୍ଥା କୈାଣସି ନର୍ଦ୍ଦମା ଠାରୁ କମ ନୁହେଁ । ନୀଳ ରଙ୍ଗର ଆସ୍ତରଣ ପାଣି ଉପରେ ଥିବାବେଳେ ପାଣିକୁ ସୁଙ୍ଘିଲେ ଦୁଗର୍ନ୍ଧ ବାସନା ଓ ବ୍ୟବହାର ଅନୁପଯୋଗୀ ବୋଲି ସମସ୍ତେ କହୁଛନ୍ତି। ପଚା ସଢା ପାଣି ଯାହା ମଣିଷ ବ୍ୟବହାର ପାଇଁ ଅନୁପଯୋଗୀ ସେଥିରେ ଦିଅଁ ମାନଙ୍କ ଧାର୍ମିକ ରୀତି ପାଳନ କରା ଯାଉଥିବାରୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମନରେ ଦାରୁଣ ଆଘାତ ଲାଗିଛି। ଅନେକ ଭକ୍ତ ଏହାକୁ ପ୍ରତିବାଦ କରିଛନ୍ତି। ତେବେ ସେହି ଚନ୍ଦନ ପୋଖରୀର ଅବସ୍ଥା ଚନ୍ଦନ ଯାତ୍ରା ପୂର୍ବରୁ ସୁଧାରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କୈାଣସି ଉଦ୍ୟମ କରାଯାଇ ନାହିଁ। ଅପର ପକ୍ଷରେ ଏହି ପୋଖରୀକୁ ବାର୍ଷିକ ୩୦ ହଜାର ଟଙ୍କାରେ ମାଛ ଚାଷ ପାଇଁ ନିଲାମ ଦିଆଯାଇଛି। ସର୍ତ ଅନୁଯାଇ ନିଲାମ ଧାରୀ ଏହି ପୋଖରୀର ପରିଚାଳନା କରିବା ସହ ଜଳର ଶୁଦ୍ଧତା ଓ ଅନ୍ୟ ଆନୁସଙ୍ଗିକ ଦିଗ ପ୍ରତି ଆଦୈା ଦୃଷ୍ଟି ନଦେଇ ଚୁପ ହୋଇ ବସି ରହିଛି। ମାଛର ଆକାର ବୃଦ୍ଧି ପାଇଁ ରାସାୟନିକ ସାର ପ୍ରୟୋଗ କରାଯାଉଥିବା କେତେକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ବର୍ତମାନ ପୋଖରୀରେ ପ୍ରାୟ ୧୦ ଫୁଟ ଉଚ୍ଚର ପଙ୍କ ଭରି ଯାଇ ଥିବାରୁ ପାଣି ଅତ୍ୟନ୍ତ ଦୁର୍ଗନ୍ଧ ଓ ବ୍ୟବହାର ଅନୁପଯୋଗୀ ହୋଇ ପଡିଛି। ତଥାପି ଶ୍ରଦ୍ଧାଳୁ ଭକ୍ତମାନେ ଦିଅଁମାନଙ୍କ ଚନ୍ଦନଯାତ୍ରା ସୟରେ ଧାର୍ମିକ ନୀତି ପାଳନ ପାଇଁ ଏହି ଜଳରେ ବୁଡ ପକାଇବା ଆଦି କରୁଥିବାରୁ ଚର୍ମରୋଗ ବ୍ୟାପିବାର ଆଶଙ୍କା ଦେକା ଦେଲାଣି। ମନ୍ଦିର ପ୍ରଶାସନ ତୁରନ୍ତ ଏନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande