
ଭୁବନେଶ୍ୱର, ୨୭ ଏପ୍ରିଲ (ହି.ସ.)- ଓଡ଼ିଶାର ଖାଦ୍ୟକୁ ପ୍ରଶଂସା କରିଥିବାରୁ ଜାପାନ ଆମ୍ବାସାଡାର ଓନୋ ସାନ୍ ଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି।
ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଓଡ଼ିଶାର ପାରମ୍ପରିକ ସ୍ୱାଦକୁ ଆପଣ ଏତେ ଭଲ ପାଇବା ଦେଇଥିବାରୁ ଅନେକ ଧନ୍ୟବାଦ ଆମ୍ବାସଡର ଓନୋ ସାନ୍!
ଡାଲମା କେବଳ ଆମ ଖାଦ୍ୟ ପରମ୍ପରାର ଅଂଶ ନୁହେଁ, ଏହା ହେଉଛି ଆମ ସଂସ୍କୃତି ଓ ଆତିଥେୟତାର ପ୍ରତୀକ। ଆଶା କରୁଛି, ଆମର ଏହି ସାଂସ୍କୃତିକ ସମନ୍ୱୟ ଆଗାମୀ ଦିନରେ ଓଡ଼ିଶା ଏବଂ ଜାପାନ ମଧ୍ୟରେ ଥିବା ବନ୍ଧୁତାକୁ ଆହୁରି ସୁଦୃଢ଼ କରିବ। ଅଶେଷ ଧନ୍ୟବାଦ
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା