ଗୋ ସମ୍ପଦ ରକ୍ଷା ନେଇ ବାଇକ ଶୋଭାଯାତ୍ରା, ଦାବିପତ୍ର ପ୍ରଦାନ
ଜୟପୁର, ୨୭ ଏପ୍ରିଲ୍ (ହି.ସ.)- ଜୟପୁର ଠାରେ ଗୋ ସମ୍ପଦ ରକ୍ଷା ପାଇଁ ଏକ ଶୋଭାଯାତ୍ରା ରାଜା ନହର ଠାରୁ ବାହାରି ତହସିଲ କାଯ୍ୟାଳୟରେ ପହଞ୍ଚି ଥିଲା । ତହସିଲଦାର ସବ୍ୟସାଚି ଜେନାଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ମହର
ଗୋ ସମ୍ପଦ ରକ୍ଷା ନେଇ ବାଇକ ଶୋଭାଯାତ୍ରା ଦାବି ପତ୍ର ପ୍ରଦାନ


ଜୟପୁର, ୨୭ ଏପ୍ରିଲ୍ (ହି.ସ.)- ଜୟପୁର ଠାରେ ଗୋ ସମ୍ପଦ ରକ୍ଷା ପାଇଁ ଏକ ଶୋଭାଯାତ୍ରା ରାଜା ନହର ଠାରୁ ବାହାରି ତହସିଲ କାଯ୍ୟାଳୟରେ ପହଞ୍ଚି ଥିଲା । ତହସିଲଦାର ସବ୍ୟସାଚି ଜେନାଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ମହର୍ଷି ସାନ୍ଦିପନି ଗୋଶାଳା ଶ୍ରୀ ଗୋପାଳ ଗୋସେବା ସମିତି ଜୟପୁର ଦ୍ୱାରା ଆୟୋଜିତ ବାଇକ ଶୋଭାଯାତ୍ରାରେ ଗୋ ସମ୍ମାନ ଦିଆଯାଉ, ପ୍ରତ୍ୟେକ ଗ୍ରାମରେ ଗୋ ଶାଳା କରାଯାଉ, ଗୋ ସୁରକ୍ଷା ଦିଆଯାଉ, ଗୋ ଚାଲାଣ ଗୋ ହତ୍ୟା ବନ୍ଦ କରାଯାଉ, ୨୭ ଏପ୍ରିଲକୁ ଗୋ ସମ୍ମାନ ଦିବସ ରୁପେ ପାଳନ କରିବା, ସମଗ୍ର ଭାର ବର୍ଷରେ ଗୋ ହତ୍ୟା ସମ୍ପୁର୍ଣ ସମାପ୍ତ କରିବା ଏବଂ ଗୋ ମାତାକୁ ରାଷ୍ଟ୍ର ସ୍ତରୀୟ ସମ୍ମାନ ଦେବା ଆଦି ଦାବି ରହିଛି । ଏହି ବାଇକ ଶୋଭାଯାତ୍ରା ରେ ଗୋ ରକ୍ଷକ ପ୍ରକାଶ ନାୟକ, ବାବୁ ଭାଇ ବଜରଙ୍ଗି, କୃଷ୍ଣ କେଶବ ଷଡଙ୍ଗି, କେ କିରଣ କୁମାର, ନିଖିଳ ସାହୁ, କାଳୁ ପଣ୍ଡା ,ନିରଞ୍ଜନ ପାଣିଗ୍ରାହୀ, ଲଳିତ ଅଗ୍ରଓାଲଙ୍କ ସହ ଜୟପୁର ସହର ସମସ୍ତ ଆଧାତ୍ମିକ, ସମାଜିକ, ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande