କେନାଲରେ ଖସି ପଡ଼ିଲା ହାତୀ
କେନ୍ଦୁଝର, 27 ଏପ୍ରିଲ୍ (ହି.ସ.) - କେନାଲରେ ଖସି ପଡ଼ିଲା ହାତୀ । କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ମଙ୍ଗଳପୁର ଗାଁ ରେ ରାସ୍ତା ଅତିକ୍ରମ କରୁଥିବା ବେଳେ କାନପୁର କେନାଲରେ ଖସି ପଡ଼ିଲା ଏକ ହାତୀ । କିଛି ସମୟର ସଂଘର୍ଷ ପରେ ହାତୀ ନିଜେ ଉଠି ପୁଣି ହାତୀପଲ ସହ ଚାଲିଯାଇଛି ହାତୀ।
Elephant


କେନ୍ଦୁଝର, 27 ଏପ୍ରିଲ୍ (ହି.ସ.) - କେନାଲରେ ଖସି ପଡ଼ିଲା ହାତୀ । କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ମଙ୍ଗଳପୁର ଗାଁ ରେ ରାସ୍ତା ଅତିକ୍ରମ କରୁଥିବା ବେଳେ କାନପୁର କେନାଲରେ ଖସି ପଡ଼ିଲା ଏକ ହାତୀ । କିଛି ସମୟର ସଂଘର୍ଷ ପରେ ହାତୀ ନିଜେ ଉଠି ପୁଣି ହାତୀପଲ ସହ ଚାଲିଯାଇଛି ହାତୀ। ସୂଚନାଯୋଗ୍ୟ କି ବଡ଼ବିଲ ରେଞ୍ଜର ମୁର୍ଗା ଜଙ୍ଗଲରେ ଥିବା ଛବିଶ ଟିକିଆ ହାତୀପଲ ମଧ୍ୟରୁ ଗତରାତି ଦଶଟି ହାତୀ ଝାଡ଼ଖଣ୍ଡକୁ ଚାଲିଯାଇଥିବା ବେଳେ ଷୋହଳଟି ହାତୀ ଚମ୍ପୁଆ ରେଞ୍ଜକୁ ପଶି ଆସିଥିଲେ । ଏହି ଷୋହଳ ଟିକିଆ ହାତୀପଲ ଆଜି ମିରିଗିସିଙ୍ଗା ଜଂଗଲରେ ରହି ଆଜି ସନ୍ଧ୍ୟାରେ ଯାମୁଦଲକ ମଧ୍ୟ ଦେଇ ମଙ୍ଗଳପୁର ଗାଁ ରେ ପଶି ଆସିଥିଲେ। ତେବେ ଗ୍ରାମବାସୀ ସହ ବନ ବିଭାଗ ହାତୀପଲ ଙ୍କୁ ଘଉଡେଇବାକୁ ଚେଷ୍ଟା କରିଥିଲେ। ହାତୀ ପଲ ମଙ୍ଗଳପୁର ମଧ୍ୟ ଦେଇ ଜଡିପଦା ଯିବାବେଳେ ମଙ୍ଗଳ ପୁର ଗାଁ ମୁଣ୍ଡରେ ଥିବା କାନପୁର ଡ୍ୟାମ କେନାଲ ଅତିକ୍ରମ କରୁଥିବା ବେଳେ ଗୋଟିଏ ହାତୀ କେନାଲ ଭିତରେ ପଡିଯାଇଥିଲା । ତେବେ କିଛି ସମୟ ପରେ ନିଜେ ଚେଷ୍ଟାକରି ହାତୀଟି କେନାଲରୁ ବାହାରି ଅନ୍ୟ ହାତୀପଲଙ୍କ ସହ ଜଡିପଦା ଜଙ୍ଗଲକୁ ଚାଲିଯାଇଥିବା ନେଇ ସୂଚନା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande