ବଲାଙ୍ଗିର ସହରରେ “ଗୋ ସମ୍ମାନ ଆହ୍ଵାନ ଅଭିଯାନ” ଓ ଗୋ ସମ୍ମାନ ଦିବସ '' କାର୍ଯ୍ୟକ୍ରମ
ବଲାଙ୍ଗିର, ୨୭ ଏପ୍ରିଲ୍ (ହି.ସ.)- ଆଜି ବଲାଙ୍ଗୀର ସହରରେ “ଗୋ ସମ୍ମାନ ଆହ୍ୱାନ ଅଭିଯାନ” ଓ ଗୋ ସମ୍ମାନ ଦିବସ '''' କାର୍ଯ୍ୟକ୍ରମ ଅବସରରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ସମଲେଶ୍ୱରୀ ମନ୍ଦିର ଛକ ଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ତହସିଲଦାରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା
ବଲାଙ୍ଗୀର ସହରରେ “ଗୋ ସମ୍ମାନ ଆହ୍ୱାନ ଅଭିଯାନ” ଓ ଗୋ ସମ୍ମାନ ଦିବସ '' କାର୍ଯ୍ୟକ୍ରମ


ବଲାଙ୍ଗୀର ସହରରେ “ଗୋ ସମ୍ମାନ ଆହ୍ୱାନ ଅଭିଯାନ” ଓ ଗୋ ସମ୍ମାନ ଦିବସ '' କାର୍ଯ୍ୟକ୍ରମ


ବଲାଙ୍ଗିର, ୨୭ ଏପ୍ରିଲ୍ (ହି.ସ.)- ଆଜି ବଲାଙ୍ଗୀର ସହରରେ “ଗୋ ସମ୍ମାନ ଆହ୍ୱାନ ଅଭିଯାନ” ଓ ଗୋ ସମ୍ମାନ ଦିବସ '' କାର୍ଯ୍ୟକ୍ରମ ଅବସରରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ସମଲେଶ୍ୱରୀ ମନ୍ଦିର ଛକ ଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ତହସିଲଦାରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ପରେ ତହସିଲଦାରଙ୍କ ମାଧ୍ୟମରେ ଭାରତର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଓ ପାଞ୍ଚ ହଜାର ସ୍ୱାକ୍ଷର ସମ୍ବଳିତ ପତ୍ର ପ୍ରଦାନ କରାଯାଇଥିଲା।

ଏହି ଦାବିପତ୍ରରେ ଗୋମାତାଙ୍କୁ ରାଷ୍ଟ୍ରମାତା ମାନ୍ୟତା ଦେବା, ଗୋମାତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଗୋହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ବେଆଇନ ଗୋଚାଲାଣ ରୋକିବା, ଗୋଚର ଜମିକୁ ସଠିକ ଉପଯୋଗ କରିବା ଓ ନୂତନ ଗୋ ସୁରକ୍ଷା ଆଇନ୍ ଲାଗୁ କରିବା ପାଇଁ ଦାବି ଉଠାଯାଇଥିଲା।

ତ୍ରିଲୋଚନ ମେହେରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସନ୍ତୋଷ ଭୋଳ, ପ୍ରଦୀପ ଦାଶ, ଶଙ୍କର୍ଷଣ ଆଚାର୍ଯ୍ୟ, ଦେବାନନ୍ଦ ନାୟକ, କାଂହା ଶତପଥୀ, ବୁଲୁ ପର୍ଡ଼ିଆ, ସନତ୍ ପାତ୍ର, ସୁନଜ୍ ତ୍ରିପାଠୀ, କଳାକାଁହୁ, ଶ୍ରୀକର ପ୍ରଧାନ, ସାଇ ସୁନ୍ଦର ନାଏକ, ପ୍ରଦୀପ ବେହେରା ସହିତ ସହରର ଶତାଧିକ ଗୋ-ସେବକ ଯୋଗଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande