
କେନ୍ଦୁଝର, ୨୭ ଏପ୍ରିଲ୍ (ହି.ସ.) - ରାଇପାଳ ପଲ୍ଲୀ ଅନ୍ତର୍ଗତ ରାଇପାଳ ଗ୍ରାମରେ ଗୋଁଡ଼ ସାଂସ୍କୃତିକ ସମାଜ କେନ୍ଦୁଝର ଓଡ଼ିଶା (ରାଜ୍ୟ ଗୌଡ଼ ସାଂସ୍କୃତିକ ସମାଜ ଦ୍ୱାରା ଅନୁବନ୍ଧିତ) ତରଫରୁ ଏକ ବନ୍ଧୁ ମିଳନ ସଭା ଅନୁଷ୍ଠିତ ହୋଇ ଥିଲା।
ଉକ୍ତ ସଭାକୁ ରାଇପାଳ ପଲ୍ଲୀ, ବାଂଶଗଡ ପଲ୍ଲୀ, ମଧୁବନ ପଲ୍ଲୀ ଓ ଓସୁପୁରା ପଲ୍ଲୀର କର୍ମକର୍ତାମାନେ ଆୟୋଜନ କରିଥିଲେ। ନୂତନ ଜିଲ୍ଲା କମିଟି ସଭାପତି ପ୍ରଫୁଲ କୁମାର ସିଂହଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭହୋଇଥିଲା। ବାଂଶଗଡ ପଲ୍ଲୀର ବିଦ୍ୟାଧର ନାଏକ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏଲିନା ନାଏକ ଫୁଲ ତୋଡା ଓ ଉପଢୌକନ ଦେଇ ଅତିଥ୍ ମାନଙ୍କୁ ସ୍ୱାଗତ କରିଥିଲେ। ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବର୍ତମାନ ନୂତନ ଜିଲ୍ଲା କମିଟିର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ନାୟକ ମୂଖ୍ୟ ଅତିଥ୍ ଭାବେ ଯୋଗ ଦେଇଥିଲେ। ଉକ୍ତ ସଭାରେ ବକ୍ତାଗଣ ନିଜ ନିଜ ମତାମତ ଉପସ୍ଥାପନା କରିଥିଲେ। କୁନି ଝିଅ ମାନେ ନୃତ୍ୟ ପରିବେଷଣ କରି ଅତିଥ୍ ମାନଙ୍କୁ ଆପ୍ୟାୟିତ କରିଥିଲେ। ଆନନ୍ଦପୁର ବ୍ଲକ୍ ସଭାପତି ଭାବେ ବାଂଶଗଡର ଅଜୟ କୁମାର ନାଏକ ଙ୍କୁ ନିର୍ବାଚିତ କରା ଗଲ ଗଲା। ଆନନ୍ଦପୁର ବ୍ଲକର ଯୁବ ସଂଗଠନ ସଭାପତି ଭାବେ ରାଇପାଳ ଗ୍ରାମର ଶଶୀଭୂଷଣ ନାଏକ (ମୁନା)ଓ ନାରୀ ସଶକ୍ତିକରଣ ସଭାପତି ଭାବେ ଶଙ୍କିରୀ ନାଏକଙ୍କୁ ନିର୍ବାଚିତ କରାଗଲା ଓ ଉକ୍ତି ସଭାରେ ନୂତନ ଜିଲ୍ଲା କମିଟି ଉପଦେଷ୍ଟା ଶ୍ରୀ ହରେକୃଷ୍ଣ ନାୟକ, ଜିଲ୍ଲା ସଦସ୍ୟ ଶ୍ରୀ ସୁଶାନ୍ତି ନାଏକ, ଜିଲ୍ଲା ସଦସ୍ୟା ପୂର୍ଣ୍ଣିମା ନାଏକ, ପୁରୁମୁଣ୍ଡା ପଲ୍ଲୀ ସଭାପତି ବ୍ରହ୍ମାନନ୍ଦ ଦେହୁରୀ, ସମ୍ପାଦକ ଉମେଶ ସିଂ, ଢେଙ୍କିକୋଟ ପଲ୍ଲୀ ସମ୍ପାଦକ ବୃଷକେତୁ ନାୟକ, ମାଧପୁର ପଲ୍ଲୀ ସଭାପତି ଚନ୍ଦ୍ରଶେଖର ନାୟକ, ରାଇପାଳ ପଲ୍ଲୀ ପୂର୍ବତନ ସଭାପତି ରବିନାରାୟଣ ନାଏକ, ବାଂଶଗଡ଼ ପଲ୍ଲୀର ଇଶ୍ୱର ଚନ୍ଦ୍ର ନାଏକ, ନିରଞ୍ଜନ ନାଏକ, ମୟୂରଭଞ୍ଜ ଧାତିକିଡିହା ସରପଂଚ କରୁଣାକର ନାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ମା'ମାଉସୀ ତଥା ଭାଇ ଭଉଣୀ ମାନେ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA