
କେନ୍ଦୁଝର, ୨୭ ଏପ୍ରିଲ୍ (ହି.ସ.) - ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ସୋମବାର କେନ୍ଦୁଝର ରେ “ଜନ ଆକ୍ରୋଶ ମହିଳା ପଦଯାତ୍ରା” ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଏହି “ଜନ ଆକ୍ରୋଶ ମହିଳା ପଦଯାତ୍ରା” ଆୟୋଜନ କରାଯାଇଥିବା ବେଳେ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ କହିଛନ୍ତି ମହିଳା ମାନଙ୍କ ପାଇଁ ଏହି ଲଢ଼େଇ ଜାରି ରହିବ। ଜିଲ୍ଲାର ହଜାର ହଜାର ମହିଳା ଏହି ପଦଯାତ୍ରାରେ ସାମିଲ ହୋଇ କେନ୍ଦୁଝର ସହରର କାଳୀ ପଡିଆ ନିକଟରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ରାହୁଳ ଗାନ୍ଧୀ, ମମତା ବାନାର୍ଜୀ ଏବଂ ନବୀନ ପଟ୍ଟନାୟକ ଙ୍କ କୁଶ ପୁତଳିକା ଦାହ କରିଥିଲେ।
ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସ୍ୱାଧୀନତାର ସାତ ଦଶନ୍ଧୀ ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ “ନାରୀଶକ୍ତି ବନ୍ଦନ ଅଧିନିୟମ” ଆଣିଥିଲେ। ଏହି ଅଧିନିୟମ ମହିଳାମାନଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା। ରାଜନୀତିିିିିିିିିିିିିିିିିିିି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଢୀଭୁତ କରୁଥିଲା। ମାତ୍ର କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଂଟ ଏହାକୁ ସଂସଦରେ ପାରିତ କରେଇ ଦେଇନଥିଲା। ବିଜେଡି ଏହାକୁ ସମର୍ଥନ କରିଥିଲା। ଏଥିରୁ ବିରୋଧୀଦଳ ଗୁଡ଼ିକର ମହିଳା ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି। ସେମାନଙ୍କ ଏହି ମହିଳା ବିରୋଧୀ ଷଡ଼ଯନ୍ତ୍ର ବିରୋଧରେ ଆକ୍ରୋଶ ପ୍ରତିଫଳିତ ହେଉଛି । ଚାରିଆଡ଼େ ଏବେ ପ୍ରତିବାଦ ଓ ଆନ୍ଦୋଳନ କରାଯାଉଛି। ଏହି ମହିଳା ଆକ୍ରୋଶକୁ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଗତ ୨୨ ତାରିଖରେ ରାଜଧାନୀ ଭୁବନେଶ୍ୱଠାରେ ବିଶାଳ “ଜନ ଆକ୍ରୋଶ ମହିଳା ପଦଯାତ୍ରା” ଆୟୋଜନ କରାଯାଇଥିଲା। ସେହିପରି ଗତ ୨୪ ଓ ୨୫ ତାରିଖରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ “ଜନ ଆକ୍ରୋଶ ମହିଳା ସମ୍ମିଳନୀ ଓ ପଦଯାତ୍ରା” ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦୁଝର ରେ ଅନୁରୂପ କାର୍ଯ୍ୟକ୍ରମ ହୋଇଯାଇଛି। ସମାଜର ବିଭିନ୍ନ ବର୍ଗର ମହିଳାମାନେ ଏଥିରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ସାଂସଦ ଅନନ୍ତ ନାୟକ,ତେଲକୋଇ ବିଧାୟକ ଡ଼ା ଫକୀର ମୋହନ ନାଏକ,ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ,ରାଜ୍ୟ ବିଜେପି ସମ୍ପାଦିକା ମମତା ସିଂ, ଜିଲ୍ଲା ସାଧାରଣ ସମ୍ପାଦିକା ଯଶସ୍ୱୀନି ବଳ, ରାଜ୍ୟ ମହିଳାମୋର୍ଚ୍ଚା ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତ,ଜିଲ୍ଲା ଟୋଲିର ସଦସ୍ୟା ଗୀତାଞ୍ଜଳି ମହାନ୍ତ, ନଳିନୀ ମହାନ୍ତ ଉପସ୍ଥିତି ରେ ତଥା ଅନ୍ୟ ମହିଳା ନେତୃତ୍ୱ ମାନଙ୍କ ସହଯୋଗରେ ଏହି କାର?୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA