
କେନ୍ଦୁଝର, 27 ଏପ୍ରିଲ୍ (ହି.ସ.)
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ାଥାନା ଅନ୍ତର୍ଗତ ରେ ଦୁବୃର୍ତ୍ତଙ୍କ ଉତ୍ପାତ। ଘରେ ଲୋକ ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ଟାଟା ସ୍ପଞ୍ଜ କୋଲନୀ ରେ ଥିବା ଏକ କ୍ବାଟରରୁ ୫ ଟି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହେବା ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଦେବଦତ ରଏ ଘରେ ନ ଥିବା ବେଳେ ତାଙ୍କ କ୍ବାଟର ନମ୍ବର W/3R-1/57 ରୁ ସୁଯୋଗ ଦେଖି କିଛି ଦୁବୃତ୍ତ ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ଚମ୍ପଟ ମାରିଛନ୍ତି।
ତେବେ ସୁନା ର ଆନୁମାନିକ ମୁଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ବୋଲି ସେ ପ୍ରତିକ୍ରିୟା ରେ କହିଛନ୍ତି।ଖବର ପାଇ ପୋଲିସ ଏବଂ ସ୍ୱତନ୍ତ୍ର ଡଗ୍ ସ୍କ୍ୱାର୍ଡ଼ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA