ବ୍ୟାପକ ଚୋରା ମଦ ଜବତ ୬ କୋର୍ଟଚାଲାଣ
କେନ୍ଦ୍ରାପଡ଼ା, ୨୭ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲ।ପାଳ ଶ୍ରୀ ରଘୁରାମ ଆୟର ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତଥୋଅବଧ।ନ ରେ କେନ୍ଦ୍ରାପଡ଼ା ଜିଲ୍ଲା ର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ରୋମିତା ଗ୍ରାମର ସଂଗ୍ରାମ ପ୍ରଧାନ ଙ୍କ ଠା
---------------ବ୍ୟାପକଚୋରା ମଦ ଜବତ ୬ କୋର୍ଟଚାଲାଣ ।


କେନ୍ଦ୍ରାପଡ଼ା, ୨୭ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲ।ପାଳ ଶ୍ରୀ ରଘୁରାମ ଆୟର ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତଥୋଅବଧ।ନ ରେ କେନ୍ଦ୍ରାପଡ଼ା ଜିଲ୍ଲା ର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ରୋମିତା ଗ୍ରାମର ସଂଗ୍ରାମ ପ୍ରଧାନ ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ ସମେତ ଗୋଟିଏ ମୋଟର ସାଇକେଲ, ନରହରିପୁର ଗ୍ରାମର ରଜନୀକାନ୍ତ ଦାସ ଙ୍କ ଠାରୁ ୩୪ ଲିଟର ବିଦେଶୀ ମଦ, ପାଟକୁରା ଗ୍ରାମର ରଞ୍ଜନ କୁମାର ପରିଡାଙ୍କ ଠାରୁ ୨୧ ଲିଟର ବଦେଶୀ ମଦ, ରାଜନଗର ଗ୍ରାମର ମଙ୍ଗୁଳି ଚରଣ ସ୍ୱାଇଁ ଙ୍କ ଠାରୁ ୨୨ ଲିଟର ବିଦେଶୀ ମଦ, କୁରନ୍ତି ଗ୍ରାମର ପ୍ରଦୀପ କୁମାର ନରେନ୍ଦ୍ରଙ୍କ ଠାରୁ ୨୯ ଲିଟର ବିଦେଶୀ ମଦ ଜବତ ଏବଂ ଡେରାବିଶି ଥାନା ଅନ୍ତର୍ଗତ କେଉଟ ଖଣ୍ଡିଆ ଗ୍ରାମର ସନ୍ତୋଷ କୁମାର ସେଠିଙ୍କ ଠାରୁ ୧୦ ଲିଟର ଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି। ଏମାନଙ୍କ ପାକ୍ଷରୁ ସମୁଦାୟ ୧୪୮ ଲିଟର ବିଦେଶୀ ଓ ଦେଶୀ ମଦ ସମେତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି । ଏହି ଚଢ଼ାଉରେ ଅବକାରୀ ଉପ ନିରିକ୍ଷକ ଶ୍ରୀ ଛାଯାକାନ୍ତ ନାୟକ, ମିସ ଋତୁପ୍ରଭା ସ୍ୱାଇଁ, ଶ୍ରୀ ପ୍ରିୟଦର୍ଶି ମାନସ ରଞ୍ଜନ ମିଶ୍ର ଓ ଅନ୍ୟ କର୍ମଚାରି ସାମିଲ ଥିଲେ ।

......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande