
କେନ୍ଦ୍ରାପଡ଼ା, ୨୭ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତବାରୁଅ ପଂଚାୟତ ଅଧିନସ୍ଥଇଟିପୁରଗିରିମଠ ପଡାଗ୍ରାମର ଦଳିତ ଅଧିବାସୀମାନେ ଜିଲ୍ଲାପାଳଙ୍କୁଭେଟି ଗତ ତିନିମାସହେବଏହି ଦଳିତବସ୍ତିରେ ପାନୀୟଜଳ ନ ପାଇଏହିଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାଜିଲ୍ଲାପାଳଙ୍କୁଭେଟି ଅଭିଯୋଗକରିଛନ୍ତି । ଅଭିଯୋଗମୁତାବକଇଟିପୁରଗିରିମଠଗ୍ରାମର ପ୍ରାୟଶହେରୁଉର୍ଦ୍ଧ୍ୱ ଦଳିତ ପରିବାର ପାଇପ୍ଯୋଗେ ପାନୀୟଜଳ ପାଇପାରୁନାହାଁନ୍ତି ।ସରକାରଙ୍କତରଫରୁଘର୍ଘର୍ଜଳଯୋଗାଣରବ୍ୟବସ୍ଥା ଥିଲେ ମଧ୍ୟ ଏହିଗ୍ରାମରେତାହାକାର୍ଯ୍ୟକାରୀହୋଇପାରୁନାହିଁ ।ଉକ୍ତ ପାନୀୟଜଳସମସ୍ୟାବିଷୟରେସ୍ଥାନୀୟସରପଂଚଙ୍କୁ ଅବଗତକରିଥିଲେ ।ସରପଂଚଗ୍ରାମୀଣ ପାନୀୟଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ, ଜେଇ, ଏସ୍ଡିଓ ଓ ଅଧିକ୍ଷଣଯନ୍ତ୍ରୀଙ୍କୁବାରମ୍ବାରଜଣାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୈାଣସି ପଦକ୍ଷେପ ନେଉନାହାଁନ୍ତି ।ବାରୋ ପମ୍ପ ହାଉସ୍ରୁ ପାଇପ୍ଲାଇନ୍ ବନ୍ଦ କରିଘିଗିଡିଆଗ୍ରାମରେ ନୂତନ ଭାବେହୋଇଥିବା ପମ୍ପ ହାଉସ୍ ପାଇପ୍ରେ ପାଣିସଂଯୋଗକରିବା ପାଇଁ ଆଦେଶ ଦେଇଛନ୍ତି ।ଘିଗିଡିଆଗ୍ରାମର ନୂତନ ପମ୍ପ ହାଉସ୍ରେସଂଯୋଗକରିବା ପାଇଁମାଟିଖୋଳା ଯାଇଥିଲା ।ସ୍ଥାନୀୟ ଅଂଚଳରକିଛିବ୍ୟକ୍ତିଏହି ପାଇପ୍ସଂଯୋଗକୁବିରୋଧ କରିବାରୁକାର୍ଯ୍ୟଟି ବନ୍ଦ ହୋଇଯାଇଛି । ଯାହାଫଳରେଇଟିପୁର, ଗିରିମଠଗ୍ରାମବାସୀମାନେ ପାନୀୟଜଳ ପାଇବାର ଅସୁବିଧାର ସମ୍ମୁଖୀନ ହେଉଥିବାସରପଂଚଗୋପିନାଥ ମଳିକଙ୍କନେତୃତ୍ୱରେଜିଲ୍ଲାପାଳଙ୍କୁଭେଟିତୁରନ୍ତ ପାଣି ପାଇପ୍ସଂଯୋଗକରିଗ୍ରାମବାସୀଙ୍କୁ ପାଣିଯୋଗାଇବା ପାଇଁ ଦାବିକରିଛନ୍ତି ।
......................................
ହିନ୍ଦୁସ୍ଥାନ ସମାଚାର / ରବି