ଅନୁକମ୍ପା ମୁଳକ ରାଶି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଅମଲା ସଂଘ
ଜୟପୁର, ୨୭ ଏପ୍ରିଲ୍ (ହି.ସ.)- ଅନୁକମ୍ପା ମୁଳକ ରାଶି ପ୍ରଦାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ଅମଲା ସଂଘର ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀ ଭୂଷଣ ଦାସ ଅନୁରୋଧ କରିଛନ୍ତି l ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା କର୍ମଚାରୀ ପୁଷ୍ପିତ ତ୍ରିପାଠୀ ତା ୨୩
ଅନୁକମ୍ପା ମୁଳକ ରାଶି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଅମଲା ସଂଘ


ଜୟପୁର, ୨୭ ଏପ୍ରିଲ୍ (ହି.ସ.)- ଅନୁକମ୍ପା ମୁଳକ ରାଶି ପ୍ରଦାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ଅମଲା ସଂଘର ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀ ଭୂଷଣ ଦାସ ଅନୁରୋଧ କରିଛନ୍ତି l ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା କର୍ମଚାରୀ ପୁଷ୍ପିତ ତ୍ରିପାଠୀ ତା ୨୩.୦୪.୨୦୨୬ ରିଖ ଦିନ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ l ସଙ୍ଗେ ସଙ୍ଗେ ସେ ତାଙ୍କ ସ୍ତ୍ରୀ ଙ୍କ ସହିତ କୋରାପୁଟ ସ୍ଥିତ ସହିଦ୍ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟକୁ ଚିକିତ୍ସା ନିମନ୍ତେ ଯାଇଥିଲେ l ସେଠାରେ ସେ ଛାତିରେ ଖୁବ୍ ଯନ୍ତ୍ରଣା ଅନୁଭବ କରୁଥିବା କହିବା ସତ୍ୱେ ଜରୁରୀକାଳୀନ ଚିକିତ୍ସା ଆରମ୍ଭ ନ କରି ତାଙ୍କୁ ବିଭିନ୍ନ ସ୍ଥାନକୁ ପରିକ୍ଷା ନିମନ୍ତେ ପଠାଇଥିଲେ l ଫଳରେ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଯଦି ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଚିକିତ୍ସାରେ ଅବହେଳା କରାଯାଏ ସାଧାରଣ ଲୋକଙ୍କ ଅବସ୍ଥା କ'ଣ ହେଉଥିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଉକ୍ତ ବିଷୟ ଗଣମାଧ୍ୟମରେ ମଧ୍ୟ ପ୍ରଚାର ପ୍ରସାର ହୋଇଛି, ଏନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ କୋରାପୁଟ ଜିଲ୍ଲାପାଳ ଏହାର ତଦନ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି l

ଏ ନେଇ ଓଡ଼ିଶା ଅମଲା ସଂଘ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀଭୂଷଣ ଦାଶ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବା ସହିତ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବା ପାଇଁ ଅନୁରୋଧ କରିବା ସହିତ ଚିକିତ୍ସାରେ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଥିବା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି, l

ଶ୍ରୀ ଦାଶ୍ କହିଛନ୍ତି ଯେ, ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଅବହେଳିତ ଓ ନିଷ୍ପେସିତ ଓ ଚାପଗ୍ରସ୍ତ ହୋଇ ରହୁଛନ୍ତି କାର୍ଯ୍ୟ।ଳୟରେ ଅଧିକାରୀଙ୍କ ଚାପ ସହିତ ଆର୍ଥିକ ଚାପ ମଧ୍ୟ ରହୁଛି ଯେହେତୁ ସେମାନେ ସ୍ଵଳ୍ପ ବେତନ ଭୋଗି ଯଦି ସ୍ବର୍ଗତ ତ୍ରିପାଠୀଙ୍କ ଆର୍ଥିକ ସ୍ଥିତି ଠିକ୍ ରହିଥାନ୍ତା l ତା ହେଲେ ସେ ଗୋଟିଏ ଭଲ ଘରୋଇ ଚିକିତ୍ସାଳୟରେ ତାଙ୍କର ଚିିକିତ୍ସା କରି ପାରିଥାନ୍ତେ। ଏହିଭଳି ବହୁ କର୍ମଚାରୀ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ତେଣୁ ଶ୍ରୀ ଦାଶ୍ ସରକାରଙ୍କୁ ଅନୁରୋଧ କରୁଛନ୍ତି ଅନ୍ତତଃ ପକ୍ଷେ ସମସ୍ତ ସରକାରୀ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବିମା ଯୋଗାଇ ଦେଲେ କର୍ମଚାରୀ ମାନେ ଉତ୍ତମ ଚିକିତ୍ସା ପାଇପାରିବେ l ଦୀର୍ଘ ଦିନ ଧରି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ଏହି ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande