ଦେବ୍ରିଗଡ଼ ଅଭୟାରଣ୍ୟ ନିକଟରୁ ମୟୂର ମାଂସ ଓ ଅଣ୍ଡା ଜବତ : ଶିକାରୀ ଦମ୍ପତି ଗିରଫ
ସମ୍ବଲପୁର, ୨୭ ଏପ୍ରିଲ୍ (ହି.ସ.)- ସମ୍ବଲପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ରାଜ୍ୟ ସମେତ ଜାତୀୟ ସ୍ତରରେ ଏହାର ପରିଚୟ ସୃଷ୍ଟି କରାଇବା ପାଇଁ ବହୁ ଉନ୍ନୟନ କାର୍ଯ୍ୟ ହେଉଛି । ସେଥି ମଧ୍ୟରେ ଦେବ୍ରିଗଡ଼ ଅଭୟାରଣ୍ୟ ପ୍ରାଣୀ ଉଦ୍ୟାନର ସଂସ୍କାର ଅନ୍ୟତମ । ମାତ୍ର ଦୁର୍ଭାଗ୍ୟ ଏହି ପ୍ରାଣୀ ଉଦ୍ୟାନ ପା
ଦେବ୍ରିଗଡ଼ ଅଭୟାରଣ୍ୟ ନିକଟରୁ ମୟୂର ମାଂସ ଓ ଅଣ୍ଡା ଜବତ : ଶିକାରୀ ଦମ୍ପତି ଗିରଫ

ଦେବ୍ରିଗଡ଼ ଅଭୟାରଣ୍ୟ ନିକଟରୁ ମୟୂର ମାଂସ ଓ ଅଣ୍ଡା ଜବତ : ଶିକାରୀ ଦମ୍ପତି ଗିରଫ

ଦେବ୍ରିଗଡ଼ ଅଭୟାରଣ୍ୟ ନିକଟରୁ ମୟୂର ମାଂସ ଓ ଅଣ୍ଡା ଜବତ : ଶିକାରୀ ଦମ୍ପତି ଗିରଫ

ଦେବ୍ରିଗଡ଼ ଅଭୟାରଣ୍ୟ ନିକଟରୁ ମୟୂର ମାଂସ ଓ ଅଣ୍ଡା ଜବତ : ଶିକାରୀ ଦମ୍ପତି ଗିରଫ

ଦେବ୍ରିଗଡ଼ ଅଭୟାରଣ୍ୟ ନିକଟରୁ ମୟୂର ମାଂସ ଓ ଅଣ୍ଡା ଜବତ : ଶିକାରୀ ଦମ୍ପତି ଗିରଫ

ସମ୍ବଲପୁର, ୨୭ ଏପ୍ରିଲ୍ (ହି.ସ.)- ସମ୍ବଲପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ରାଜ୍ୟ ସମେତ ଜାତୀୟ ସ୍ତରରେ ଏହାର ପରିଚୟ ସୃଷ୍ଟି କରାଇବା ପାଇଁ ବହୁ ଉନ୍ନୟନ କାର୍ଯ୍ୟ ହେଉଛି । ସେଥି ମଧ୍ୟରେ ଦେବ୍ରିଗଡ଼ ଅଭୟାରଣ୍ୟ ପ୍ରାଣୀ ଉଦ୍ୟାନର ସଂସ୍କାର ଅନ୍ୟତମ । ମାତ୍ର ଦୁର୍ଭାଗ୍ୟ ଏହି ପ୍ରାଣୀ ଉଦ୍ୟାନ ପାଦଦେଶର ଲବତଟିକ୍ରା ଗାଁରେ ଏକ ଅଭାବନୀୟ ଘଟଣା ଲୋକଲୋଚନକୁ ଆସିଛି ।

ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ଆଧାରରେ ଗତ ରାତିରେ ଦେବ୍ରିଗଡ଼ ନାଇଟ୍ ପାଟ୍ରୋଲିଂ ସ୍କ୍ୱାଡ୍ ଲବତଟିକ୍ରା ଗାଁ' ରେ ଚଢ଼ଉ କରି ଦୁଇ ଜଣ ଶିକାରୀଙ୍କ ଘରୁ ମୟୂର ମାଂସ, ଅଣ୍ଡା, ଶିକାର ପାଇଁ ଫାନ୍ଦ, ମାଟିର ଗୋଲା, ଟ୍ରାପ୍, କୁହାଡ଼ି ଓ ଛୁରୀ ଆଦି ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗିରଫଙ୍କ ମଧ୍ୟରେ ୪୦ ବର୍ଷିୟ ସୁରେନ୍ଦ୍ର ଖଡ଼ିଆ ଓ ଅନ୍ୟ ଜଣଙ୍କ ୩୦ ବର୍ଷିୟା ରଶ୍ମି ଖଡ଼ିଆ । ଉଭୟଙ୍କୁ ଏହି ଅବାଧ ଶିକାର ସମ୍ପର୍କରେ ଜେରା କରିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି । ତଦନ୍ତ ବେଳେ ଅଭିଯୁକ୍ତମାନେ ସ୍ୱିକାର କରିଛନ୍ତି ଯେ, ଜାଳେଣୀ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ମୟୂର ଘୋଷା ଦେଖିଥିଲେ । ଘୋଷା ଭିତରେ ଥିବା ଅଣ୍ଡା, ମୟୂର ମାଂସ ପାଇଁ ଯୋଜନା କରିଥିଲେ। ଡେବ୍ରିଗଡ ଅଭୟାରଣ୍ୟ ପ୍ରଶାସନ ପକ୍ଷରୁ ପଶୁପକ୍ଷୀ ଶିକାର ଉପରେ କଡା କଟକଣା ଲାଗୁ ରହିଛି । ଅବାଧ ଶିକାର ସମ୍ପର୍କରେ କେହି ସୂଚନା ଦେଲେ ସୂଚନାଦାତାଙ୍କୁ ପୁରସ୍କୃତ କରାଯିବାର ମଧ୍ୟ ବ୍ଯବସ୍ଥା ରହିଛି । ସୂଚନାଯୋଗ୍ୟ ଦେବ୍ରିଗଡ଼ ସଂରକ୍ଷିତ ଅଞ୍ଚଳରେ ସାଧାରଣତଃ ମାଂସ ଓ ପକ୍ଷୀ ପାଇଁ ଫ୍ରାଙ୍କୋଲିନ୍, ପାର୍ଟ୍ରିଜ୍ ଓ କୁଏଲ୍ ପରି ଭୂମିରେ ଘୋଷା କରୁଥିବା ପକ୍ଷୀମାନେ ବିଶେଷ ଭାବରେ ଶିକାରୀଙ୍କ ଟାର୍ଗେଟରେ ରହୁଛନ୍ତି। ତେଣୁ ଅବାଧ ଶିକାର ରୋକିବା ଦିଗରେ ଇକୋ-ଡେଭେଲପମେଣ୍ଟ କମିଟିମାନଙ୍କୁ ଏଥିପ୍ରତି ସଚେତନ କରାଯିବା ସହ ସମସ୍ତ ଗାଁରେ ସୂଚନାଦାତା ସକ୍ରିୟ ଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande