ପୋଡାପଦରରେ ବାଲିଯାତ୍ରା ଅନୁଷ୍ଠିତ
ଜୟପୁର, ୨୭ ଏପ୍ରିଲ୍ (ହି.ସ.)- ଆଧୁନିକ ଯୁଗରେ ମଣିଷ ଭୁଲିନି ନିଜର କଳା, ସଂସ୍କୃତି ଓ ପରମ୍ପରା । ଏହି ପରମ୍ପରାକୁ ବଜାୟ ରଖିବା ପାଇଁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପୋଡ଼ାପଦର୍ ଗାଁରେ ପାଳନ ହୋଇଛି ଆଦିବାସୀଙ୍କ ବିଶ୍ୱାସ ବହନ କରୁଥିବା ବାଲିଯାତ୍ରା । ପୋଡ଼ାପଦର୍ ଗାଁରେ ନିଆରା ଢଙ୍ଗରେ ଏହି
ପୋଡାପଦରରେ ବାଲିଯାତ୍ରା ଅନୁଷ୍ଠିତ


ଜୟପୁର, ୨୭ ଏପ୍ରିଲ୍ (ହି.ସ.)- ଆଧୁନିକ ଯୁଗରେ ମଣିଷ ଭୁଲିନି ନିଜର କଳା, ସଂସ୍କୃତି ଓ ପରମ୍ପରା । ଏହି ପରମ୍ପରାକୁ ବଜାୟ ରଖିବା ପାଇଁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପୋଡ଼ାପଦର୍ ଗାଁରେ ପାଳନ ହୋଇଛି ଆଦିବାସୀଙ୍କ ବିଶ୍ୱାସ ବହନ କରୁଥିବା ବାଲିଯାତ୍ରା । ପୋଡ଼ାପଦର୍ ଗାଁରେ ନିଆରା ଢଙ୍ଗରେ ଏହି ଯାତ୍ରା ପାଳନ କରିଛନ୍ତି ପିଲା ଠୁ ବୟସ୍କ । ୩ ବର୍ଷରେ ଥରେ ପାଳନ ହେଉଥିବା ବାଲିଯାତ୍ରାକୁ ବେଶ୍ ଧୁମ୍ ଧାମରେ ପାଳନ କରାଯାଇଛି । ପୋଡାପଦର୍ ସହିତ ଆଖ ପାଖ ଗାଁରୁ ହଜାର ହଜାର ଲୋକ ରୁଣ୍ଡ ହୋଇ ପ୍ରତି ୩ ବର୍ଷ ପରେ ପାରମ୍ପରିକ ରୀତି ନୀତିରେ ବାଜା ବାଣ ଫୁଟାଇବା ସହିତ ବିଭିନ୍ନ ଆଦିବାସୀ ଲୋକ ସଂସ୍କୃତି ପଟୁଆର କରି ନାଚ ଗୀତର ଧୁମରେ ଝୁମିଛନ୍ତି । ଏହି ଅବସରରେ ଆଦିବାସୀଙ୍କ ଦେବତା ଭିମା ଭିମାଣିଙ୍କୁ ପୂଜା କରାଯାଇଛି । ବାଲି ଘରୁ ବାଲି ଚଙ୍ଗୁଡ଼ିରେ ଗଜା ଶସ୍ୟକୁ ମହିଳା ମାନେ ନିଜ ନିଜର ମୁଣ୍ଡରେ ବୋହି ନେଇଥିବା ବେଳେ ପୁରୁଷ ମାନେ ଚାଷ କାମରେ ବ୍ୟବହୃତ ହଳ, ଲଙ୍ଗଳ, କୋଡ଼ି, କୋଦାଳକୁ ବୋହି ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମାରେ ବାହାରି ଧାର୍ଯ୍ୟ ସମୟ ଅନୁଯାୟୀ ଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଛି । ବାଲିରେ ଶସ୍ୟ ଯାତ ଦ୍ରବ୍ୟ ଯଥା ଧାନ, ଗହମ, ମାଣ୍ଡିଆ, ମକା, ଶୁଆଁ, ମୁଗ, ବିରି ଆଦି ବୁଣା ଯାଏ ଯେଉଁ ଦିନ ସେହି ଦ୍ରବ୍ୟରୁ ଅଙ୍କୁର ଜାତ ହୁଏ ସେ ଦିନ ବାଲିଯାତ୍ରା ଅନୁଷ୍ଠିତ ହୁଏ । ଏହି ପୂଜା କଲେ ଗାଈ ଗୋରୁ ସହିତ ଲୋକଙ୍କୁ କୌଣସି ରୋଗ ହୁଏ ନାହିଁ ଏବଂ ଚାଷ କାର୍ଯ୍ୟ ଭଲ ହୁଏ ବୋଲି ବୋଲି ବିଶ୍ୱାସ ରହିଛି । ଏହି କାର୍ଯ୍ୟକ୍ରମଟିକୁ ବାଲିଯାତ୍ରା ଆୟୋଜନ କମିଟିର ସଭାପତି ଚିତ୍ରସେନ ମିଶ୍ର, ଉପସଭାପତି ଫୋରୋଜ ମିଶ୍ର, ସମ୍ପାଦକ - ଗୌରୀ ଶଙ୍କର ଦାସ, କୋଷାଧ୍ୟକ୍ଷ - ସୁରେଶ ଷଡ଼ଙ୍ଗୀଙ୍କ ସହିତ ଗ୍ରାମବାସୀ ସହଯୋଗ କରିଥିଲେ । ପ୍ରାୟ ୨୦୦ରୁ ଉର୍ଦ୍ଧ ଗ୍ରାମର ଯୁବ ବାହିନୀ ଗଠନ ହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କାର୍ଯ୍ୟ ସହିତ ଲୋକଙ୍କୁ ପାନୀୟ ଜଳ ଯୋଗାଣ, ଟ୍ରାଫିକ ନିୟନ୍ତ୍ରଣ କରିଥିଲେ । ବି ସିଂହପୁର ଥାନା ଅଧିକାରି ଲିମାରାଜ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ବାହିନୀ ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ପୋଡ଼ାପଦର୍ ପରେ ବୋରିଗୁମ୍ମା ବ୍ଲକର କାମତା ଗାଁ ରେ ୧୨ ବର୍ଷ ପରେ ୨୮ ତାରିଖ ଦିନ ଏହି ବାଲିଯାତ୍ରା ଅନୁଷ୍ଠିତ ହେବ।

ସେହିପରି ଆଗାମୀ ମଇ ୭ ତାରିଖ ଦିନ ବ୍ଲକର କୁମୁଲି ଗାଁରେ ମଧ୍ୟ ୧୨ ବର୍ଷ ପରେ ଏହି କୃଷି ଭିତ୍ତିକ ଆଦିବାସୀ ପାରମ୍ପରିକ ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଶେଷରେ ମେ ୧୦ ତାରିଖ ଦିନ ବିସିଂହପୁର ଗ୍ରାମରେ ଜୟପୁର ରଜା ଅମଳରୁ ଚାଲିଆସୁଥିବା ବାଲିଯାତ୍ରା ଅନୁଷ୍ଠିତ ହେବ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande