କିର୍ମିରା ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ୩୦ ଟି ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ
Public grievance at Kirmira block
କିର୍ମିରା ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ୩୦ ଟି ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ


ଝାରସୁଗୁଡ଼ା, ୨୭ ଏପ୍ରିଲ୍ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଳକ ସଭାଗୃହ ଠାରେ ଜିଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୩୦ଟି ଅଭିଯୋଗରୁ ୧୫ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ସେଥିମଧ୍ୟରୁ ବିଦ୍ୟୁତ ସଂଯୋଗୀ କରଣ, ଜମି ଚିହ୍ନଟ,ଭିନ୍ନକ୍ଷମ ଭତା, ଆର୍ôଥକ ସହାୟତା, ଜମି ବିବାଦ,ପକ୍କାଘର ପାଇବା ସମସ୍ୟା ଭିତିକ ଥିବା ବେଳେ ସାମୁହିକରେ କିର୍ମିରା ଗ୍ରାମର ପଶୁ ଚିକିତ୍ସାଳୟରେ ପଶୁ ଡାକ୍ତର ନିଯୁକ୍ତି ଓ ଗାଁ ରେ ବିଦେଶୀ ମଦ ଦୋକାନ ପାଖ ଜମି ମାନଙ୍କରେ କାଚ, ମଦ ବୋତଲ ପକାଇବା, ବାଗଡିହି ଗାଁ ମୁଖ୍ୟ ରାସ୍ତା ର ମରାମତି କାମ ଓ ବାଇପାସ ରାସ୍ତା ନିର୍ମାଣ, ମୋ ବସ ବୈଜାପାଲି ଗାଁ କୁ ଚଳାଚଳ କରିବା , ଟାଙ୍ଗରଗଡ଼ା ଗାଁ ରୁ ନୂଆଁପଡ଼ାକୁ ରାସ୍ତା ନିର୍ମାଣ,୨୦୨୪-୨୦୨୫ ମସିହାର ଧାନ କିଣାର କମିଶନ ଟଙ୍କା ପାଇ ନ ଥିବା, ମିଶନ ଶକ୍ତି କାଫେରେ ପିଇବା ପାଣି ଯୋଗାଇବା,କିର୍ମିରା ଶିବ ମନ୍ଦିର ବନ୍ଧ ରୁ ପଙ୍କ ଉଦ୍ଧାର ସହ ଇନଲେଟ ଆଉଲେଟ ତିଆରି କରିବା ଅଭିଯୋଗ ହୋଇଥିଲା। ଶିବିରରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଉପ-ଜିଲାପାଳ ସବ୍ୟସାଚୀ ପଣ୍ଡା, ଏସଡ଼ିପିଓ ଉମାଶଙ୍କର ସିଂହ, ବ୍ଳକ ଉପାଧ୍ୟକ୍ଷା ସାବିତ୍ରୀ ମାଝୀ, ବିଡିଓ ଅଭିନାଶ ଲାକ୍ରା,ତ ହସିଲଦାର ସଞ୍ଜିବ କୁଲୁ,ଲଇକେରା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ମେହେରଙ୍କ ସହ ଜିଲ୍ଲାସ୍ତରୀୟ ଏବଂ ବ୍ଳକସ୍ତରୀୟ ବିଭିନ୍ନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande