ରୋଟାରୀ କ୍ଲବ ପକ୍ଷରୁ ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ
ଖୋର୍ଦ୍ଧା, ୨୭ ଏପ୍ରିଲ୍ (ହି.ସ.) - ସ୍ଥାନୀୟ ଘଟଗାଁ ସରକାରୀ ୟୁ ପି ସ୍କୁଲର ବରିଷ୍ଠ ଶିକ୍ଷୟତ୍ରୀ ମାଳତୀ ଶର୍ମାଙ୍କୁ ରୋଟାରୀ କ୍ଲବ, କେନ୍ଦୁଝର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିବା ଜଣାପଡ଼ିଛି। ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରିଆନ ଜିଲ୍ଲା ଗଭର୍ଣ୍ଣର ଡି ଜି ମନୋଜ କୁମାର ତ୍ରିପାଠୀ ଓ ଫାଷ୍ଟ୍ ମହିଳ
ରୋଟାରୀ କ୍ଲବ ପକ୍ଷରୁ ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ


ଖୋର୍ଦ୍ଧା, ୨୭ ଏପ୍ରିଲ୍ (ହି.ସ.) - ସ୍ଥାନୀୟ ଘଟଗାଁ ସରକାରୀ ୟୁ ପି ସ୍କୁଲର ବରିଷ୍ଠ ଶିକ୍ଷୟତ୍ରୀ ମାଳତୀ ଶର୍ମାଙ୍କୁ ରୋଟାରୀ କ୍ଲବ, କେନ୍ଦୁଝର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିବା ଜଣାପଡ଼ିଛି। ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରିଆନ ଜିଲ୍ଲା ଗଭର୍ଣ୍ଣର ଡି ଜି ମନୋଜ କୁମାର ତ୍ରିପାଠୀ ଓ ଫାଷ୍ଟ୍ ମହିଳା ଇନର୍ ହୁଇଲ କ୍ଲବ୍ ର ଚେୟାରମ୍ୟାନ ରୋଟାରିଆନ ମଧୁସ୍ମିତା ତ୍ରିପାଠୀ ମଂଚରେ ବହୁମୂଖୀ ପ୍ରତିଭାର ଅଧିକାରିଣୀ ଶିକ୍ଷୟତ୍ରୀ ଶର୍ମାଙ୍କୁ ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ଥିଲା। ଜିଲ୍ଲା ରୋଟାରୀ କ୍ଲବର ସଭାପତି ରୋଟାରିଆନ ହରିହର ମହାନ୍ତ ଓ ସମ୍ପାଦକ ବିଜୟ କୁମାର ବେହେରା ଏବଂ ରାଜ୍ୟ ସହକାରୀ ଗଭର୍ଣ୍ଣର ରୋଟାରିଆନ ମାନସ ରଞ୍ଜନ ଆଚାର୍ଯ୍ୟ ଶିକ୍ଷୟତ୍ରୀ ଶର୍ମାଙ୍କ ଶିକ୍ଷକତା ବୃତି ସହ, ସାହିତ୍ୟ ସାଧନା ର ରୁଚି ସମାଜକୁ ସୁସଂସ୍କୃତ କରାଇବାରେ ସହାୟକ ହେଉଥିବାର ପ୍ରବୃତିକୁ ପ୍ରଶଂସା କରି ଥିଲେ।ଏଥିରେ ଜିଲ୍ଲା ର ବହୁ ରୋଟାରିଆନ ଯୋଗ ଦେଇ ଥିବା ଜଣାପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande