ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗୀର କରାଟେ ସ୍କୁଲର ସଫଳତା
ବଲାଙ୍ଗୀର, ୨୭ ଏପ୍ରିଲ୍(ହି.ସ.) – ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ଓଡିଶା ରାଜ୍ୟ କରାଟେ ଡୋ ସଂଘ ଆନୁକୁଲ୍ୟରେ ୩୭ତମ କ୍ୟାଡେଟ, ଜୁନିୟର ଏବଂ ୩୮ତମ ସବ-ଜୁନିୟର ରାଜ୍ୟ କରାଟେ ପ୍ରତିଯୋଗିତା ୨୦୨୬ ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତା ୨୪ରୁ ୨୬ ଅପ୍ରିଲ ତିନି ଦିନ ଧରି ହୋଇଥିବା ବେଳେ ରା
ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା


ବଲାଙ୍ଗୀର, ୨୭ ଏପ୍ରିଲ୍(ହି.ସ.) – ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ଓଡିଶା ରାଜ୍ୟ କରାଟେ ଡୋ ସଂଘ ଆନୁକୁଲ୍ୟରେ ୩୭ତମ କ୍ୟାଡେଟ, ଜୁନିୟର ଏବଂ ୩୮ତମ ସବ-ଜୁନିୟର ରାଜ୍ୟ କରାଟେ ପ୍ରତିଯୋଗିତା ୨୦୨୬ ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତା ୨୪ରୁ ୨୬ ଅପ୍ରିଲ ତିନି ଦିନ ଧରି ହୋଇଥିବା ବେଳେ ରାଜ୍ୟର ୧୭ ଗୋଟି ଜିଲ୍ଲା ଭାଗ ନେଇଥିଲେ। ବଲାଙ୍ଗୀର ଜିଲ୍ଲା ଗାନ୍ଧି ଷ୍ଟାଡିୟମ ସ୍ଥିତ ବଲାଙ୍ଗିର କରାଟେ ସ୍କୁଲର ୧୩ ଜଣ କରାଟେକା ଅଂଶଗ୍ରହଣ କରି ଅନନ୍ଦିତା ସାହୁ ଓ ଅଭିପଶା ହୋତା କୁମିତି ରେ ରୌପ୍ୟ, ଅଂଶୁମାନ ଧରୁଆ ଓ ଜସମିନ ସାହୁ କୁମିତି ରେ କାଂସ୍ୟ ପଦକ, ଲୋକେଶ ବାଗ କାତାରେ କାଂସ୍ୟ ମୋଟ ୫ ଗୋଟି ପଦକ ହାସଲ କରି କରାଟେ ସ୍କୁଲ ଏବଂ ବଲାଙ୍ଗୀର ଜିଲ୍ଲାର ନାମକୁ ଆଗେଇଛନ୍ତି। ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ସଂଘ ତଥା ବଲାଙ୍ଗିର କରାଟେ ସ୍କୁଲର ସଂପାଦକ ହୃଦୟ ଶବର ଓ କରାଟେ ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ ବିଚାରକ ଓ ରେଫରୀ କାର୍ଯ୍ୟ ତୁଲାଇଛନ୍ତି। ଏହି ଖୁସି ଖବର ପାଇ କରାଟେ ସଂଘର ସଭାପତି ଦେବଦତ ବେହେର, ସ୍କୁଲର ସଭାପତି ସଚିଦାନନ୍ଦ ବାଗ ଏବଂ ଅଭିଭାବକମାନେ ଶୁଭେଚ୍ଛା ଜଣାଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande