ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା : ସାମ୍ନାକୁ ଆସିଲା ଘଟଣା ଦିନର ସିସିଟିଭି ଫୁଟେଜ୍
ଗଞ୍ଜାମ, ୨୭ ଏପ୍ରିଲ୍ (ହି.ସ.)- ବହୁଚର୍ଚ୍ଚିତ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଏବେ ସାମ୍ନାକୁ ଆସିଛି ଘଟଣା ଦିନର ସିସିଟିଭି ଫୁଟେଜ । ସୁଧୀର ରାସ୍ତାରେ ଯିବା ଓ ଫେରିବା ବେଳେ ଏକ ବୋଲେରୋ ଗାଡି ପିଛା କରିବାର ଫୁଟେଜ ସାମ୍ନାକୁ ଆସିଛି । ଏପଟେ
ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା : ସାମ୍ନାକୁ ଆସିଲା ଘଟଣା ଦିନର ସିସିଟିଭି ଫୁଟେଜ୍


ଗଞ୍ଜାମ, ୨୭ ଏପ୍ରିଲ୍ (ହି.ସ.)- ବହୁଚର୍ଚ୍ଚିତ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଏବେ ସାମ୍ନାକୁ ଆସିଛି ଘଟଣା ଦିନର ସିସିଟିଭି ଫୁଟେଜ । ସୁଧୀର ରାସ୍ତାରେ ଯିବା ଓ ଫେରିବା ବେଳେ ଏକ ବୋଲେରୋ ଗାଡି ପିଛା କରିବାର ଫୁଟେଜ ସାମ୍ନାକୁ ଆସିଛି । ଏପଟେ ୫ ଅଭିଯୁକ୍ତଙ୍କୁ ଜେରା ଓ ଘଟଣାସ୍ଥଳରେ ସିନ ରିକ୍ରିଏସନ କରିବା ପରେ ପୋଲିସକୁ ମିଳିଛି ଅନେକ ତଥ୍ୟ ।

ଝିଆରୀ ନିବେଦିତା ଯାହା ଷଡ଼ଯନ୍ତ୍ର ରଚିଥିଲା, ଅଭିଯୁକ୍ତ ବୟଫ୍ରେଣ୍ଡ୍ ସେସବୁକୁ ଦେଖାଇଲା । କେମିତି ଆଖି ପିଛୁଳାକେ ସୁଧୀରଙ୍କୁ ବନ୍ଦୀ କରି ନେଇଥିଲେ କାଳୁ ସମେତ ଅନ୍ୟ ଅଭିଯୁକ୍ତ । ପୋଲିସ୍ କଷ୍ଟୋଡିରେ ଥିବା ନିବେଦିତାଙ୍କ ବୟଫ୍ରେଣ୍ଡ କାଳୁ ଗୋଟି ଗୋଟି କରି ସବୁ କିଛି ଦେଖାଇଛି । ପୋଲିସ୍ ଆଗରେ ମାନିଛି କେମିତି ସେଦିନ ସୁଧୀରଙ୍କୁ ଅପହରଣ କରାଯାଇଥିଲା । ଗୋପାଳପୁର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ଆଜି ସରୁଛି ରିମାଣ୍ଡ ଅବଧି । ତିନି ପର୍ଯ୍ୟାୟରେ ସିନ ରିକ୍ରିଏସନ ଓ ଜେରାରେ ପୋଲିସକୁ ହାତରେ ଅନେକ ତଥ୍ୟ ଲାଗିଛି । ଗତକାଲି ୩ଟି ପର୍ଯ୍ୟାୟରେ କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇଥିଲା । କେଉଁଠି ଆଉ କେମିତି କରିଥିଲେ ହତ୍ୟା କରିଥିଲେ ସେନେଇ ଡେମୋ ଦେଖାଇଥିଲେ ଅଭିଯୁକ୍ତ । ଏହାପରେ ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ବନ୍ଧୁକକୁ ବୁଗୁଡ଼ାର ବାଘୁଆ ଡ୍ୟାମକୁ ଫିଙ୍ଗି ଦେଇଥିବା ନେଇ ସ୍କ୍ରିନ୍ ରିକ୍ରିଏସନରେ ଦେଖାଇ ଥିଲେ । ଯାହାକୁ ନେଇ ଅଗ୍ନିଶମ ବିଭାଗ ସହଯୋଗରେ ବନ୍ଧୁକ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା ।

ଏଥିରେ ପୋଲିସକୁ ଅନେକ ତଥ୍ୟ ମିଳିଛି । ଆଜି ଅଭିଯୁକ୍ତମାନଙ୍କୁ ପୁଣି ଥରେ ଜେରା କରି ସନ୍ଧ୍ୟା ସୁଦ୍ଧା ଜେଲ୍ ହାଜତକୁ ପଠାଇ ଦିଆଯିବ । ଅନ୍ୟପକ୍ଷରେ ଖୁବଶୀଘ୍ର ଅନ୍ୟତମ ଅଭିଯୁକ୍ତ ତୁଷାର, ନିବେଦିତା ଓ ଶୁଭମଙ୍କ ସମେତ ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେବ ବୋଲି ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande