ଗଙ୍ଗାସାଗରରେ ଗାଧୋଇବା ପରେ କୋଲକାତାରେ ପହଂଚିଲେ ଅମିତ ଶାହା, ୟୁସିସିର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଲେ
କୋଲକାତା, ୨୭ ଅପ୍ରେଲ (ହି.ସ.)- ସୋମବାର ଦିନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରର ଶେଷ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଧାର୍ମିକ ବିଶ୍ୱାସ ଏବଂ ରାଜନୈତିକ କାର୍ଯ୍ୟକ୍ରମ ସହିତ ତାଙ୍କ ଦିନ ଆରମ୍ଭ କରିଥିଲେ । ସକାଳେ ସେ ଗଙ୍ଗାସାଗରରେ ପହଂଚିଥିଲେ । ଏଠାରେ
ଗଙ୍ଗାସାଗରରେ ଗାଧୋଇବା ପରେ କୋଲକାତାରେ ପହଂଚିଲେ ଅମିତ ଶାହା, ୟୁସିସିର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଲେ


କୋଲକାତା, ୨୭ ଅପ୍ରେଲ (ହି.ସ.)- ସୋମବାର ଦିନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରର ଶେଷ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଧାର୍ମିକ ବିଶ୍ୱାସ ଏବଂ ରାଜନୈତିକ କାର୍ଯ୍ୟକ୍ରମ ସହିତ ତାଙ୍କ ଦିନ ଆରମ୍ଭ କରିଥିଲେ । ସକାଳେ ସେ ଗଙ୍ଗାସାଗରରେ ପହଂଚିଥିଲେ । ଏଠାରେ ସମୁଦ୍ରରେ ସ୍ନାନ କରିବା ପରେ ସେ କପିଳ ମୁନି ଆଶ୍ରମରେ ପ୍ରାର୍ଥନା କରିଥିଲେ ଏବଂ ଦେଶ ତଥା ରାଜ୍ୟର ସୁଖ ଓ ସମୃଦ୍ଧି କାମନା କରିଥିଲେ ।

ଏହା ପରେ ଅମିତ ଶାହା କୋଲକାତାରେ ପହଂଚି ଥିଲେ, ଯେଉଁଠାରେ ସେ ବେହାଲା ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀର ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଇନ୍ଦ୍ରନିଲ ଖାନଙ୍କ ସମର୍ଥନରେ ଏକ ବିଶାଳ ରୋଡ ସୋ କରିଥିଲେ । ଏହି ଅବସରରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ, ସମର୍ଥକ ଏବଂ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ ।

ଏହି ଅବସରରେ ଅମିତ ଶାହା ପଶ୍ଚିମବଙ୍ଗରେ ବିଜେପିର ବିଜୟକୁ ନେଇ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ, ବିଜେପି ରାଜ୍ୟରେ ସରକାର ଗଠନ ହେବାକୁ ଯାଉଛି । ଏଥି ସହିତ, ସେ ସମାନ ନାଗରିକ ସଂହିତା(ୟୁସିସି) ପ୍ରଣୟନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଦେଶରେ ସମସ୍ତ ନାଗରିକଙ୍କ ପାଇଁ ଏକ ସମାନ ଆଇନ ରହିବା ଉଚିତ ଏବଂ ଚାରି ବିବାହର ପ୍ରଥା ସମାପ୍ତ ହେବା ଉଚିତ୍ ।

ଅମିତ ଶାହ ଏହା ମଧ୍ୟ କହିଛନ୍ତି ଯେ, ନିର୍ବାଚନ ସମୟରେ ଏପର୍ଯ୍ୟନ୍ତ କୌଣସି ବଡ଼ ହିଂସାକାଣ୍ଡ ଘଟିନାହିଁ ଏବଂ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି । ଆଗାମୀ ଦିନରେ ରାଜ୍ୟବାସୀ ବିଜେପିକୁ ଭୋଟ ଦେଇ କ୍ଷମତାକୁ ଆଣିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବୁଧବାର ଦିନ ଧାର୍ଯ୍ୟ ହୋଇଛି ଏବଂ ସୋମବାର ସନ୍ଧ୍ୟାରେ ପ୍ରଚାର ଶେଷ ହେବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande