ତାମିଲନାଡ଼ୁରେ ମିଳିଲା ୮-୧୨ହଜାର ବର୍ଷ ପୁରୁଣା ଜୀବାଶ୍ମ ସନ୍ଧାନ
ନୂଆଦିଲ୍ଲୀ, ୨୭ ଏପ୍ରିଲ୍(ହି.ସ.) – ତାମିଲନାଡ଼ୁରେ ୮ରୁ ୧୨ ହଜାର ବର୍ଷ ପୁରୁଣା ଜୀବାଶ୍ମର ସନ୍ଧାନ ମିଳିଛି ଷ ଦକ୍ଷିଣ ଭାରତର ଉପକୂଳବର୍ତୀ ଅଂଚଳର ଭୂତାତ୍ୱିକ ଇତିହାସ ଏବଂ ପ୍ରାଚୀନ ସାମୁଦ୍ରିକ ପରିବେଶକୁ ବୁଝିବା ପାଇଁ ଏହି ଆବିଷ୍କାର ଗୁରୁତ୍ୱପୂର୍ଣ୍ଣ। ଏହା ସୂଚିତ କରେ ଯେ ଏହି ଅଂଚଳ ଏକଦା ଉପକୂଳ
ତାମିଲନାଡ଼ୁରେ ମିଳିଲା ୮-୧୨ହଜାର ବର୍ଷ ପୁରୁଣା ଜୀବାଶ୍ମ ସନ୍ଧାନ


ନୂଆଦିଲ୍ଲୀ, ୨୭ ଏପ୍ରିଲ୍(ହି.ସ.) – ତାମିଲନାଡ଼ୁରେ ୮ରୁ ୧୨ ହଜାର ବର୍ଷ ପୁରୁଣା ଜୀବାଶ୍ମର ସନ୍ଧାନ ମିଳିଛି ଷ ଦକ୍ଷିଣ ଭାରତର ଉପକୂଳବର୍ତୀ ଅଂଚଳର ଭୂତାତ୍ୱିକ ଇତିହାସ ଏବଂ ପ୍ରାଚୀନ ସାମୁଦ୍ରିକ ପରିବେଶକୁ ବୁଝିବା ପାଇଁ ଏହି ଆବିଷ୍କାର ଗୁରୁତ୍ୱପୂର୍ଣ୍ଣ। ଏହା ସୂଚିତ କରେ ଯେ ଏହି ଅଂଚଳ ଏକଦା ଉପକୂଳ ସୀମାର ଅଂଶବିଶେଷ ଥିଲା।

କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକ୍ସରେ ସୂଚନା ଦେଇଛନ୍ତି ଯେ ତାମିଲନାଡୁର ଥୁଥୁକୁଡି ଜିଲ୍ଲାରେ ୨୦୨୩ର ପ୍ରବଳ ବର୍ଷା ପରେ ଉନ୍ମୋଚିତ ହୋଇଥିବା ଜୀବାଶ୍ମ ସ୍ଥଳଗୁଡ଼ିକର ସର୍ଭେ ସମାପ୍ତ ହୋଇଛି। ପ୍ରଶାସନର ଅନୁରୋଧ କ୍ରମେ ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ ଦ୍ୱାରା ଏହି କ୍ଷେତ୍ର ଅଧ୍ୟୟନ କରାଯାଇଥିଲା।

ଅନୁସନ୍ଧାନ ଏକ ନୂତନ ଜୀବାଶ୍ମ ଶଯ୍ୟା’କୁ ନିଶ୍ଚିତ କରିଛି, ଯାହା ହୋଲୋସିନ୍ ସମୟ(ପ୍ରାୟ ୮,୦୦୦ରୁ ୧୨,୦୦୦ ବର୍ଷ ପୁରୁଣା) ବୋଲି ବିଶ୍ୱାସ କରାଯାଏ। ସେ କହିଥିଲେ ଯେ ଏହି ଆବିଷ୍କାର ଭାରତର କ୍ୱାର୍ଟନାରୀ ଜୀବାଶ୍ମ ରେକର୍ଡକୁ ଆହୁରି ସମୃଦ୍ଧ କରିବ।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande