
ନୂଆଦିଲ୍ଲୀ, ୨୭ ଏପ୍ରିଲ୍(ହି.ସ.) – ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ନେତା ଦୀନେଶ ତ୍ରିବେଦୀଙ୍କୁ ବାଂଲାଦେଶରେ ଭାରତର ପରବର୍ତୀ ହାଇ କମିଶନର ଭାବରେ ଘୋଷଣା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୋମବାର ଆନୁଷ୍ଠାନିକ ଭାବେ ଏହି ସୂଚନା ଦେଇଛି ଏବଂ ସେ ଖୁବ୍ ଶୀଘ୍ର ଦାୟିତ୍ୱ ଗ୍ରହଣ କରିବେ ବୋଲି କହିଛନ୍ତି।
ନିକଟରେ ବେଲଜିୟମରେ ଭାରତର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଥିବା ପ୍ରଣୟ ବର୍ମାଙ୍କ ସ୍ଥାନରେ ତ୍ରିବେଦୀଙ୍କୁ ନିଯୁକ୍ତ କରାଯାଇଛି। ସେ ୟୁରୋପୀୟ ସଂଘରେ ଭାରତର ରାଷ୍ଟ୍ରଦୂତ ମଧ୍ୟ ହେବେ। ବାଂଲାଦେଶରେ ତ୍ରିବେଦୀଙ୍କ ନିଯୁକ୍ତି ସ୍ୱତନ୍ତ୍ର କାରଣ ଏହି ପଦବୀ ସାଧାରଣତଃ ଜଣେ ଭାରତୀୟ ବୈଦେଶିକ ସେବା(ଆଇଏଫ୍ଏସ୍) ଅଧିକାରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ, କିନ୍ତୁ ଏଥର ଜଣେ ବରିଷ୍ଠ ରାଜନେତାଙ୍କୁ ଚୟନ କରାଯାଇଛି।
ତ୍ରିବେଦୀଙ୍କର ଏକ ଦୀର୍ଘ ରାଜନୈତିକ କ୍ୟାରିୟର ରହିଛି। ୧୯୮୭ରେ ଜନ ମୋର୍ଚ୍ଚା ଗଠନରେ ସେ ଏକ ଭୂମିକା ଗ୍ରହଣ କରିଥିଲେ। ପରେ ଜନମୋର୍ଚ୍ଚା ଜନତା ଦଳ ସହିତ ମିଶିଗଲା। ସେ ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ଗୁଜରାଟରୁ ରାଜ୍ୟସଭାର ସଦସ୍ୟ ଥିଲେ। ୧୯୯୮ରେ ତୃଣମୂଳ କଂଗ୍ରେସ ଗଠନରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ମନମୋହନ ସିଂହଙ୍କହ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାରରେ ରେଳ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୨ ରେଳ ବଜେଟରେ ପ୍ରସ୍ତାବିତ ଭଡ଼ା ବୃଦ୍ଧି କାରଣରୁ ସେ ଇସ୍ତଫା ଦେଇଥିଲେ। ୨୦୨୧ରେ ସେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ତ୍ରିବେଦୀ ଗୁଜରାଟର, କିନ୍ତୁ ବଙ୍ଗଳା ଉପରେ ତାଙ୍କର ଭଲ ନିୟନ୍ତ୍ରଣ ରହିଛି। ଶେଖ୍ ହସିନା ସରକାର କ୍ଷମତାଚ୍ୟୁତ ହେବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। ତେବେ ତାରିକ ରେହମାନଙ୍କ ନେତୃତ୍ୱରେ ବାଂଲାଦେଶ ନେସନାଲିଷ୍ଟ ପାର୍ଟି ସରକାର ଗଠନ ହେବା ପରେ ସମ୍ପର୍କ ପୁଣି ଥରେ ଠିକ୍ ହେବା ଭଳି ମନେ ହେଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି