ସିକିମ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭବ୍ୟ ସ୍ୱାଗତ
ନୂଆଦିଲ୍ଲୀ, ୨୭ ଏପ୍ରିଲ୍(ହି.ସ.) – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ସିକିମ ଗସ୍ତରେ ଶନିବାର ଅପରାହ୍ନରେ ସିକିମ୍ର ରାଜଧାନୀ ଗାଙ୍ଗଟକରେ ପହଂଚିଛନ୍ତି। ସେ ରାଜଧାନୀ ନିକଟସ୍ଥ ଲିବିଂ ଆର୍ମି ହେଲିପ୍ୟାଡରେ ଅବତରଣ କରିଥିଲେ ଯେଉଁଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ, ରା
ସିକିମ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭବ୍ୟ ସ୍ୱାଗତ


ନୂଆଦିଲ୍ଲୀ, ୨୭ ଏପ୍ରିଲ୍(ହି.ସ.) – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ସିକିମ ଗସ୍ତରେ ଶନିବାର ଅପରାହ୍ନରେ ସିକିମ୍ର ରାଜଧାନୀ ଗାଙ୍ଗଟକରେ ପହଂଚିଛନ୍ତି। ସେ ରାଜଧାନୀ ନିକଟସ୍ଥ ଲିବିଂ ଆର୍ମି ହେଲିପ୍ୟାଡରେ ଅବତରଣ କରିଥିଲେ ଯେଉଁଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ, ରାଜ୍ୟ ବିଜେପି ସଭାପତି ଡିଆର୍ ଥାପା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଭବ୍ୟ ସ୍ୱାଗତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଏକ ରୋଡ଼ ସୋ ଜରିଆରେ ଲୋକ ଭବନ ଅଭିମୁଖେ ଯାଉଛନ୍ତି। ରାସ୍ତାରେ ବହୁ ସଂଖ୍ୟାରେ ଲୋକ ପାରମ୍ପରିକ ପୋଷାକ ପିନ୍ଧି ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ସେମାନଙ୍କୁ ସ୍ୱାଗତ କରିଛନ୍ତି। ଲୋକମାନେ ଉତ୍ସାହର ସହିତ ପ୍ରଧାନମନ୍ତ୍ରୀଙ୍କୁ ସ୍ଲୋଗାନ ଦେଇ ଅଭିବାଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଛନ୍ତି। ସକାଳ ଠାରୁ ଲୋକମାନେ ତାଙ୍କୁ ସ୍ୱାଗତ କରିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ।

ଉଲ୍ଲେଖନୀୟ କଥା ହେଉଛି, ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ସିକିମ ଗସ୍ତରେ ଅଛନ୍ତି। ଆସନ୍ତାକାଲି ସେ ସିକିମ୍ର ରାଜ୍ୟ ପ୍ରତିଷ୍ଠାର ୫୦ତମ ବର୍ଷର ଉଦଯାପନୀ ଉତ୍ସବରେ ଯୋଗଦେବେ।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande