'ଅଲ-ଆରାଉଣ୍ଡ ଚାମ୍ପିଅନ୍' ହୋଇ ଓଡ଼ିଶା ପାଇଁ ଗୌରବ ଆଣିଥିବା ତପନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, 27 ଏପ୍ରିଲ୍ (ହି.ସ.)- ''ଅଲ-ଆରାଉଣ୍ଡ ଚାମ୍ପିଅନ୍'' ହୋଇ ଓଡ଼ିଶା ପାଇଁ ଗୌରବ ଆଣିଥିବା ତପନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ
ତପନ ମହାନ୍ତି


ଭୁବନେଶ୍ୱର, 27 ଏପ୍ରିଲ୍ (ହି.ସ.)- 'ଅଲ-ଆରାଉଣ୍ଡ ଚାମ୍ପିଅନ୍' ହୋଇ ଓଡ଼ିଶା ପାଇଁ ଗୌରବ ଆଣିଥିବା ତପନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ

କହିଛନ୍ତି ଯେ, ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ଜୁନିୟର ଏବଂ ସିନିୟର

ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ନ୍ୟାସନାଲ ଚାମ୍ପିଅନସିପ୍ସ ୨୦୨୬-୨୭ରେ 'ସିନିୟର ଏମଏଜି' ବର୍ଗରେ 'ଅଲ-ଆରାଉଣ୍ଡ

ଚାମ୍ପିଅନ୍' ହୋଇ ଓଡ଼ିଶା ପାଇଁ

ଗୌରବ ଆଣିଥିବା ତପନ ମହାନ୍ତିଙ୍କୁ ଅନେକ ଅନେକ ଶୁଭେଚ୍ଛା।

ତାଙ୍କର ଏହି ଉଲ୍ଲେଖନୀୟ ପ୍ରଦର୍ଶନ ଓଡ଼ିଶା ଦଳକୁ 'ସିନିୟର ଏମଏଜିଟିମ୍

ଚାମ୍ପିଅନସିପ୍' ଫାଇନାଲରେ

ପହଞ୍ଚାଇଛି। ତପନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଫାଇନାଲ ମ୍ୟାଚ୍ ପାଇଁ ଓଡ଼ିଶା ଦଳକୁ

ମୋର ଶୁଭକାମନା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande