କମିଶନରେଟ୍ ପୋଲିସ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ଭୁବନେଶ୍ୱର, ୨୭ ଏପ୍ରିଲ (ହି.ସ.)- କମିଶନରେଟ୍ ପୋଲିସ ପକ୍ଷରୁ ସୋମବାର ୭୮ତମ ରାଜ୍ୟ ପୋଲିସ ଭଲିବଲ୍ ଏବଂ ବାସ୍କେଟବଲ୍ ଚାମ୍ପିଅନସିପ୍ ୨୦୨୬-୨୭ରେ ଉତ୍କର୍ଷ ହାସଲ କରିଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରିଥିଲା। ଏହି ଟୁର୍ଣ୍ଣାମେଂଟଟି ଏପ୍ରିଲ୨୧ ରୁ
rgftyu


ଭୁବନେଶ୍ୱର, ୨୭ ଏପ୍ରିଲ (ହି.ସ.)- କମିଶନରେଟ୍ ପୋଲିସ ପକ୍ଷରୁ ସୋମବାର ୭୮ତମ ରାଜ୍ୟ ପୋଲିସ ଭଲିବଲ୍ ଏବଂ ବାସ୍କେଟବଲ୍ ଚାମ୍ପିଅନସିପ୍ ୨୦୨୬-୨୭ରେ ଉତ୍କର୍ଷ ହାସଲ କରିଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରିଥିଲା। ଏହି ଟୁର୍ଣ୍ଣାମେଂଟଟି ଏପ୍ରିଲ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱରର ରିଜର୍ଭ ପୋଲିସ ଲାଇନରେ ଅନୁଷ୍ଠିତ ହୋଇଥିଲା। କମିଶନରେଟ୍ ପୋଲିସ ଭଲିବଲ୍ ଦଳ-ବି ଏବଂ ବାସ୍କେଟବଲ୍ ଦଳ-ଏ ଉଭୟ ଚାମ୍ପିଅନସିପରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଖେଳାଳିମାନଙ୍କୁ ସେମାନଙ୍କର ସଫଳତା ଏବଂ ଉତ୍ସର୍ଗ ପାଇଁ ଆରକ୍ଷୀ ଆୟୁକ୍ତ ଡଃ ସୁରେଶ ଦେବଦତ ସିଂହ ଖେଳାଳୀ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande