ପବନ ଖେଡାଙ୍କ ବିରୁଦ୍ଧରେ 48 ଘଂଟାରେ ରୁଜୁ ହେବ ଫୌଜାଦାରୀ ଓ ଦେୱାନୀ ମାମଲା
ଗ୍ୱୌହାଟି, 05 ଏପ୍ରିଲ (ହି.ସ.)। ଆସାମରେ ଚାଲୁଥିବା ବିଧାନସଭା ନିର୍ବାଚନ ମଧ୍ୟରେ ରବିବାର ଦିନ କଂଗ୍ରେସର ଜାତୀୟ ପ୍ରବକ୍ତା ପବନ ଖେଡା ମୁଖ୍ୟମନ୍ତ୍ରୀ ଡ଼ା. ହିମନ୍ତ ବିଶ୍ୱଶର୍ମା ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଉପରେ ମୁଖ୍
ପବନ ଖେଡାଙ୍କ ବିରୁଦ୍ଧରେ 48 ଘଂଟାରେ ରୁଜୁ ହେବ ଫୌଜାଦାରୀ ଓ     ଦେୱାନୀ ମାମଲା


ଗ୍ୱୌହାଟି, 05 ଏପ୍ରିଲ (ହି.ସ.)। ଆସାମରେ ଚାଲୁଥିବା ବିଧାନସଭା ନିର୍ବାଚନ

ମଧ୍ୟରେ ରବିବାର ଦିନ କଂଗ୍ରେସର ଜାତୀୟ ପ୍ରବକ୍ତା ପବନ ଖେଡା ମୁଖ୍ୟମନ୍ତ୍ରୀ ଡ଼ା. ହିମନ୍ତ

ବିଶ୍ୱଶର୍ମା ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଉପରେ

ମୁଖ୍ୟମନ୍ତ୍ରୀ ଡ଼ା. ଶର୍ମା ସୋସିଆଲ୍ ମିଡିଆ ‘ଏକ୍ସ’ ମାଧ୍ୟମରେ ତାଙ୍କ ପ୍ରତିକ୍ରିୟା ଦେଇ

ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।

ଜଣାପଡ଼ିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିଙ୍କି ଭୁଇଁଆ ଶର୍ମାଙ୍କ ବିରୋଧରେ ଅନେକ

ପାସପୋର୍ଟ ରଖିବାର ଅଭିଯୋଗ ଆସିଛି, ଯାହାକୁ ଏଆଇ ଦ୍ୱାରା ତିଆରି କରାଯାଇଥିବା ବୋଲି କୁହାଯାଉଛି।

ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆରେ ଜାରି କରିଥିବା ବାର୍ତ୍ତାରେ

କହିଛନ୍ତି ଯେ, ପବନ ଖେଡାଙ୍କ

ରବିବାରର ପ୍ରେସ କନ୍ଫରେନ୍ସ କଂଗ୍ରେସ ଦଳ ଭିତରେ ଗଭୀର ଅସନ୍ତୋଷ ଏବଂ ଭୟକୁ ପ୍ରକାଶ କରୁଛି।

ଯେପରି ଆସାମ ଏକ ଐତିହାସିକ ଜନାଦେଶ ଦିଗରେ ଦୃଢ଼ ଭାବରେ ଆଗକୁ ବଢ଼ୁଛି, ସେପରି ନିରାଶାଜନକ

ଏବଂ ଆଧାରହୀନ ଆକ୍ରମଣ କେବଳ ସେମାନଙ୍କର କମୁଥିବା ଜନାଧାରକୁ ଉଜାଗର କରୁଛି।

ମୁଁ ସେମାନଙ୍କ ଦ୍ୱାରା ଆଣାଯାଇଥିବା ପ୍ରତ୍ୟେକ ଅଭିଯୋଗକୁ

ସଂପୂର୍ଣ୍ଣ ଭାବେ ଖଣ୍ଡନ କରୁଛି। ଏହା ଦୁର୍ଭାବନାପୂର୍ଣ୍ଣ, ମନଘଡ଼ନା ଏବଂ ରାଜନୈତିକ ଉଦ୍ଦେଶ୍ୟପ୍ରେରିତ ମିଥ୍ୟା, ଯାହାର ଉଦ୍ଦେଶ୍ୟ ଆସାମର

ଲୋକଙ୍କୁ ଭ୍ରମିତ କରିବା।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଏବଂ ମୋର ପତ୍ନୀ ଆସନ୍ତା 48 ଘଣ୍ଟା ମଧ୍ୟରେ ପବନ

ଖେଡାଙ୍କ ବିରୋଧରେ ଅପରାଧିକ ଏବଂ ଦେୱାନୀ—ଦୁଇ ପ୍ରକାରର ମାନହାନି ମାମଲା ରୁଜୁ କରିବୁ। ତାଙ୍କକ

ଏହି ଅଦାୟିତ୍ୱପୂର୍ଣ୍ଣ ଏବଂ ମାନହାନିକାରକ ବକ୍ତବ୍ୟ ପାଇଁ ସେମାନଙ୍କୁ ପୂର୍ଣ୍ଣ ଭାବେ ଦାୟୀ

କରାଯିବ।

ମୋର ନ୍ୟାୟପାଳିକା ଉପରେ ପୂର୍ଣ୍ଣ ଭରସା ଅଛି। ଯେତେବେଳେ ଅଦାଲତରେ

ସତ୍ୟ ପ୍ରମାଣିତ ହେବ, ପବନ ଖେଡାଙ୍କୁ

ତାଙ୍କ କାର୍ଯ୍ୟର ପରିଣାମ ଭୋଗିବାକୁ ପଡ଼ିବ ଏବଂ ଆଇନ ନିଜ କାମ କରିବ।

ଆସାମର ଲୋକମାନେ ଏପରି ଦୁଷ୍ପ୍ରଚାରରେ ଭ୍ରମିତ ହେବେ ନାହିଁ। ଆମେ

ସଂପୂର୍ଣ୍ଣ ଭାବେ କେନ୍ଦ୍ରିତ,

ଦୃଢ଼ସଙ୍କଳ୍ପୀ ଏବଂ

ଜନତାଙ୍କ ଠାରୁ 100ରୁ ଅଧିକ ଆସନର ନିର୍ଣାୟକ ଜନାଦେଶ ପାଇବା ପ୍ରତି ଆଶ୍ୱସ୍ତ ଅଛୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande