
ବାରାଣସୀ, ୦୫ ଏପ୍ରିଲ୍(ହି.ସ.) – ଉତର ପ୍ରଦେଶର ଧାର୍ମିକ ନଗରୀ ବାରାଣସୀ ସ୍ଥିତ ଶ୍ରୀ କାଶୀ ବିଶ୍ୱନାଥ ଧାମର ମନ୍ଦିର ଚୌକରେ ବିକ୍ରମାଦିତ୍ୟ ବୈଦିକ ଘଡ଼ି ବିଧିବତ ସ୍ଥାପିତ କରିଦିଆଯାଇଛି। ଆକର୍ଷଣର ନୂଆ କେନ୍ଦ୍ର ହୋଇଥିବା ଏହା ପ୍ରାୟ ଦଶଫୁଟ ଉଚ୍ଚତା ଏବଂ ଆୟତାକାର ଘଡ଼ି ସନାତନ ପରମ୍ପରା ଏବଂ ହିନ୍ଦୁ ନବବର୍ଷ ଆଧାରିତ ବୈଦିକ କାଳଗଣନା ପଦ୍ଧତି ଉପରେ ଆଧାରିତ, ଯେଉଁଥିରେ ଶ୍ରଦ୍ଧାଳୁ ପସନ୍ଦ କରିବାର ସହିତ ସରାହ ମଧ୍ୟ ରହିଛନ୍ତି।
ଏହି ବିଶିଷ୍ଟ ଘଡ଼ିକୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟ କରିଥିଲେ। ୩ ଅପ୍ରେଲ ୨୦୨୬କୁ ବାରାଣସୀରେ ଆୟୋଜିତ ସମ୍ରାଟ ବିକ୍ରମାଦିତ୍ୟ ମହାନାଟ୍ୟର ମଂଚନ ପୂର୍ବରୁ ଏହି ଭେଟ ଦିଆଯାଇଛି, ଯାହାପରେ ଏବେ ଏହାକୁ ଧାମ ପରିସରରେ ସ୍ଥାପିତ କରିଦିଆ ଯାଇଛି।
ରବିବାର ଦିନ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ(ସିଇଓ) ଡା. ବିଶ୍ୱଭୂଷଣ ମିଶ୍ର କହିଛନ୍ତି ଯେ ଏହା ବିଶିଷ୍ଟ ଘଡ଼ି ସୂର୍ଯ୍ୟୋଦୟର ପର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟର ଗଣନା କରିଛି, ଯେଉଁଥବରେ ମୋଟ ୩୦ ମୁହୂର୍ତ ଥାଏ। ଘନି ନା କେବଳ ସାମାନ୍ୟ ସମୟ, ପରନ୍ତୁ ପଂଚାଗ, ଶୁଭ ମୁହୂର୍ତ, ଗ୍ରହ ନକ୍ଷତ୍ରଙ୍କ ସ୍ଥିତି, ତାପମାନ, ଆର୍ଦ୍ରତା ଏବଂ ପବନର ଗତି ଯେପରି ସୂଚନା ମଧ୍ୟ ପ୍ରଦର୍ଶିତ କରେ। ଏହାସହ ଏହା ଭାରତୀୟ ମାନକ ସମୟ(ଆଇଏସ୍ଟି) ଏବଂ ଗ୍ରୀନ୍ବିଚ ମିନ୍ ଟାଇମ୍(ଜୀଏମ୍ଟି) ସହିତ ବୈଦିକ ସମୟ ମଧ୍ୟ ଦର୍ଶାଏ। ଏହି ଘଟି ସହିତ ଯୋଡ଼ିଥିବା ଏକ ମୋବାଇଲ୍ ଆପ୍ ମଧ୍ୟ ବିକଶିତ କରାଯାଇଛି, ଯାହା ୧୮୯ରୁ ଅଧିକ ଭାଷାରେ ଉପଲବ୍ଧ ଏବଂ ଏଥିରେ ସାତ ହଜାର ବର୍ଷରୁ ଅଧିକ ପଂଚାଗର ଡାଟା ସଂକଳିତ ଅଟେ। ସେ କହିଛନ୍ତି ଯେ ଏହି ପରିଯୋଜନାର ଉଦ୍ଦେଶ୍ୟ ପ୍ରାଚୀନ ଭାରତୀୟ କାଳଗଣନା ପଦ୍ଧତି, ଯାହାକୁ ମହାରାଜା ବିକ୍ରମାଦିତ୍ୟର ସମୟ ସହିତ ଯୋଡ଼ାଯାଏ, ପୁନଃସ୍ଥାପିତ କରିବା। ଏହାର ବିକାଶ ଉଜ୍ଜୈନ ସ୍ଥିତ ମହାରାଜା ବିକ୍ରମାଦିତ୍ୟ ଶୋଧପୀଠ କରିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି