ପ୍ରିୟଙ୍କା ଗାନ୍ଧୀଙ୍କ ଆସାମ ଗସ୍ତ ସହିତ କଂଗ୍ରେସରେ ଭାଗଦୌଡ଼ - ଶିବରାଜ ସିଂହ ଚୌହାନ
ଗୋହ୍ୱାଟି, ୦୫ ଏପ୍ରିଲ୍(ହି.ସ.) – କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ରବିବାର ଦିନ ଆସାମର ବୋକାଖାତ ଏବଂ ନାଡୁଆର ବିଧାନସଭା ସିଟ୍ରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଂଟ(ରାଜଗ) ଭାରତୀୟ ଜନତାପାର୍ଟି(ଭାଜପା) ଆଶାୟୀଙ୍କ ଆଗରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ସେ ବୋକାଖାତରେ ବିହରା ଟି ଏ
ପ୍ରିୟଙ୍କା ଗାନ୍ଧୀଙ୍କ ଆସାମ ଗସ୍ତ ସହିତ କଂଗ୍ରେସରେ ଭାଗଦୌଡ଼ - ଶିବରାଜ ସିଂହ ଚୌହାନ


ଗୋହ୍ୱାଟି, ୦୫ ଏପ୍ରିଲ୍(ହି.ସ.) – କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ରବିବାର ଦିନ ଆସାମର ବୋକାଖାତ ଏବଂ ନାଡୁଆର ବିଧାନସଭା ସିଟ୍ରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଂଟ(ରାଜଗ) ଭାରତୀୟ ଜନତାପାର୍ଟି(ଭାଜପା) ଆଶାୟୀଙ୍କ ଆଗରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ସେ ବୋକାଖାତରେ ବିହରା ଟି ଏଷ୍ଟେଟ୍ ପଡ଼ିଆରେ ଆସାମ ଗଣ ପରିଷଦ(ଏଜିପି) ନେତା ଅତୁଲ ବୋରା ଏବଂ ନାଡ଼ୁଆରରେ ଭାଜପା ପ୍ରାର୍ଥୀ ପଦ୍ମା ହଜାରିକାଙ୍କ ଆଗରେ ଜନସଭାକୁ ସମ୍ବୋଧିତ କରିଥିଲେ।

ମୁଖ୍ୟମନ୍ତ୍ରୀ ଡା. ହେମନ୍ତ ବିଶ୍ୱ ସରମାଙ୍କ ନେତୃତ୍ୱର ପ୍ରଶଂସା କରି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ ଆସାମର ଲୋକ ସରଳ, ଦେଶଭକ୍ତ ଏବଂ ସଚ୍ଚୋଟ ତଥା ରାଜ୍ୟର ଚା ବିଶ୍ୱସାରାରେ ପ୍ରସିଦ୍ଧ।

କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିରୋଧି ମେଂଟ ଉପରେ କଟାକ୍ଷ କରି କହିଛନ୍ତି ଯେ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇଯାଇଛି ଏବଂ ପାର୍ଟିରେ ଆନ୍ତରିକ କଳହ ଜାରି। ସେ ଦାବି କରିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀଙ୍କ ଆସାମ ଗସ୍ତ ସହିତ କଂଗ୍ରେସରେ ଭାଗଦୌଡ଼ ସୃଷ୍ଟି ହୋଇଯାଇଛି। ସେ କହିଛନ୍ତି ଯେ ରାଜ୍ୟରେ ମାମା ହିମନ୍ତର ଲୋକପ୍ରିୟତା କାରଣରୁ କଂଗ୍ରେସ ଚିନ୍ତିତ ଅଟେ।

କଂଗ୍ରେସ ଉପରେ ଆକ୍ରମଣ କରି ଅଭିଯୋଗ ଲଗାଇଛନ୍ତି ଯେ ପାର୍ଟି ଆସାମ ସହିତ ପାଂଚ ମହାପାପ କରିଛିା ସେ କହିଛନ୍ତି ଯେ ବିଭାଜନର ସମୟ ଆସାମକୁ ପାକିସ୍ତାନରେ ସାମିଲ କରିବାର କଥା, ୧୯୬୨ର ଯୁଦ୍ଧରେ ରାଜ୍ୟକୁ ଅସହାୟ ଛାଡ଼ିବା, ବଙ୍ଗଳାଦେଶୀ ଅନୁପ୍ରବେଶକୁ ସଂରକ୍ଷଣ ଦେବା, ଯୁବକଙ୍କୁ ରୋଜଗାର ଦେବା ଏବଂ ପରିବାରବାଦକୁ ବଢ଼ାବା ଦେବା- ଏହା କଂଗ୍ରେସର ବଡ଼ ଭୁଲ୍ ରହିଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande