
ନୂଆଦିଲ୍ଲୀ, 05 ଏପ୍ରିଲ୍ (ହି.ସ.)- ନିର୍ବାଚନ ଆୟୋଗ ଆଗାମୀ ବିଧାନସଭା ନିର୍ବାଚନ ଏବଂ
ଉପନିର୍ବାଚନକୁ ଦୃଷ୍ଟିରେ ରଖି ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଅନୁସାରେ କାର୍ଯ୍ୟାନୁଷ୍ଠାନ
ନେଇ ଏପର୍ଯ୍ୟନ୍ତ 651.51 କୋଟି ଟଙ୍କା ମୂଲ୍ୟର ନଗଦ ଓ ବେଆଇନ ସାମଗ୍ରୀ ଜବତ କରିଛି। ଆୟୋଗ
ସ୍ପଷ୍ଟ କରିଛି ଯେ, ଏହି
କାର୍ଯ୍ୟାନୁଷ୍ଠାନ ନିରପେକ୍ଷ,
ପାରଦର୍ଶୀ ଏବଂ
ସ୍ୱାଧୀନ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ କରାଯାଉଛି।
ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ, ଚାରିଟି ରାଜ୍ୟ ଏବଂ
ଗୋଟିଏ କେନ୍ଦ୍ରଶାସିତ ପ୍ରଦେଶରେ ନିର୍ବାଚନ ପ୍ରସ୍ତୁତି ଚାଲିଥିବା ବେଳେ ଆଦର୍ଶ ଆଚରଣ ବିଧିର
କଠୋର ପାଳନ ପାଇଁ ବ୍ୟାପକ ନିରୀକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ଏହା ଅଧୀନରେ 5,173ରୁ ଅଧିକ
ଫ୍ଲାଇଂ ସ୍କ୍ୱାଡ୍ ଏବଂ 5,200ରୁ ଅଧିକ ଷ୍ଟାଟିକ ସର୍ଭିଲାନ୍ସ ଟିମ୍ ନିୟୋଜନ କରାଯାଇଛି। ଏହି
ଟିମମାନେ ବିଭିନ୍ନ ଅଞ୍ଚଳରେ ନିରନ୍ତର ତଦନ୍ତ, ତଲାଶି ଏବଂ ନାକାବନ୍ଦି ଅଭିଯାନ ଚାଲୁ ରଖିଛନ୍ତି, ଯାହା ଦ୍ୱାରା ବେଆଇନ
କାର୍ଯ୍ୟକଳାପ ଉପରେ ସତ୍ୱର ନିୟନ୍ତ୍ରଣ ରଖାଯାଉଛି।
ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଇଲେକ୍ଟ୍ରୋନିକ୍ ସିଜର୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଇଏସଏମଏଓ) ମାଧ୍ୟମରେ 26
ଫେବୃଆରୀରୁ ଏପର୍ଯ୍ୟନ୍ତ ବହୁ ପରିମାଣରେ ବେଆଇନ ସାମଗ୍ରୀ ଜବତ ହୋଇଛି। ଏଥିରେ 53.2 କୋଟି
ଟଙ୍କା ନଗଦ, 79.3 କୋଟି ଟଙ୍କାର
ମଦ, 230 କୋଟି ଟଙ୍କାର
ମାଦକ ଦ୍ରବ୍ୟ, 58 କୋଟି ଟଙ୍କାର
ମୂଲ୍ୟବାନ ଧାତୁ ଏବଂ 231.01 କୋଟି ଟଙ୍କାର ଅନ୍ୟାନ୍ୟ ମାଗଣା ଉପହାର ଶାମିଲ ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା