
ବରେଲି, ୫ ଅପ୍ରେଲ (ହି.ସ.)- ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ଆଉ ଏକ ବୟାନ ରାଜନୈତିକ ଏବଂ ଧାର୍ମିକ ପରିବେଶକୁ ଉଷ୍ମ କରିଛି । ସେ ଉତର ପ୍ରଦେଶ ସରକାରଙ୍କୁ ଗୋହତ୍ୟା ରୋକିବାରେ ବିଫଳ ହେବାର ଅଭିଯୋଗ ଆଣିଛନ୍ତି ଏବଂ କହିଛନ୍ତି ଯେ ରାଜ୍ୟରେ ଗୋହତ୍ୟା ମାମଲା କମିବା ପରିବର୍ତେ ବୃଦ୍ଧି ପାଉଛି । ସେ ୧ ମଇରୁ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତ କରିବା ନେଇ ଘୋଷଣା କରିଛନ୍ତି ।
ରବିବାର ଦିନ ଉତର ପ୍ରଦେଶର ବରେଲିରେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ସାମ୍ବାଦିକମାନଙ୍କ ସହ କଥା ହୋଇଥିଲେ । ସେ କହିଥିଲେ ଯେ, ଯେତେବେଳେ ବର୍ତମାନର ସରକାର କ୍ଷମତାକୁ ଆସିଲା, ଲୋକମାନେ ଗୋହତ୍ୟା ଉପରେ କଠୋର ନିଷେଧ ପାଇଁ ଆଶା କରିଥିଲେ, କିନ୍ତୁ ପରିସ୍ଥିତି ବିପରୀତ ଦେଖାଯାଉଛି । ଶଙ୍କରାଚାର୍ଯ୍ୟ ଦାବି କରିଥିଲେ ଯେ, ରାଜ୍ୟରେ କଂସେଇଖାନାଗୁଡ଼ିକ ସରକାରୀ ଅନୁମତି ଏବଂ ଦସ୍ତଖତ ଆଧାରରେ ଚାଲୁଛି । ସେ ଏହା ମଧ୍ୟ କହିଥିଲେ ଯେ ବିଦେଶୀ ବଜାରରେ ଖୋଲାଖୋଲି ଭାବରେ ଗୋମାଂସ ବିକ୍ରି ହେଉଛି, ଯାହା ଉତର ପ୍ରଦେଶ ଭଳି ରାଜ୍ୟ ପାଇଁ ଗମ୍ଭୀର ଚିନ୍ତାର ବିଷୟ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ