
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ଦେଶର ପୂର୍ବତନ
ଉପମୁଖ୍ୟମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶର
ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମ ଜୀଙ୍କ ଜୟନ୍ତୀ ଅବସରରେ କୋଟି କୋଟି ନମନ।
ବାବୁ ଜଗଜୀବନ ରାମ ଜୀ ନିଜର
ସମ୍ପୂର୍ଣ୍ଣ ଜୀବନକୁ ବଞ୍ଚିତ ବର୍ଗମାନଙ୍କ ଉନ୍ନତି ପାଇଁ ସମର୍ପିତ କରିଥିଲେ। ସେ ସମାଜର ଶେଷ ଧାଡିରେ
ଦଣ୍ଡାୟମାନ ଲୋକମାନଙ୍କୁ ସମ୍ମାନ ଏବଂ ଅଧିକାର ଦେବା ପାଇଁ ନିରନ୍ତର ସଂଘର୍ଷ କରିଥିଲେ ଏବଂ
ଲୋକତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ତାଙ୍କର
ଦୃଷ୍ଟିକୋଣ ଆମକୁ ସମାଜ ସେବା ପାଇଁ ସର୍ବଦା ପ୍ରେରଣା ଦେଉଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା