
ସୋନପୁର, ୦୯ ଏପ୍ରିଲ୍(ହି.ସ.) – ସୋନପୁର ମୁଖ୍ୟ ଚିକିତ୍ସାଳୟ ଠାରେ ରକ୍ତ ଦାନ କରି ଏକ ୧୬ ମାସର ଶିଶୁ ରୋଗୀ ଅଭିଷେକ ମହାକୁଡ଼ ଙ୍କ ଜୀବନ ବଂଚାଇଲେ ଜିଲ୍ଲାପାଳଙ୍କ ସୁରକ୍ଷା କର୍ମୀ ଆକାଶ ସାହୁ। ଆକାଶ ତାଙ୍କ ଜୀବନ ରେ ସମୁଦାୟ ୨୦ ଥର ରକ୍ତ ଦାନ କରି ଅନେକ ରୋଗୀ ଙ୍କ ଜୀବନ ବଂଚାଇବାର ଆଜି ଖବର ମିଳିଛି କ୍ଷ ଏ ମହତ୍ କାର୍ଯ୍ୟ ପାଇଁ ବୌଦ୍ଧ ଜିଲ୍ଲା ବିଳାସପୁର ପଂଚାୟତର ଅଶ୍ୱିନ ଗିର ଗ୍ରାମ ସୁବଳ ମହାକୁଡ ରକ୍ତ ଦାତା ଆକାଶ ସାହୁଙ୍କୁ ଭାବ ବିହ୍ୱଳ ହୋଇ ଖୁବ୍ ପ୍ରଶଂଶା କରିଥିବା ବେଳେ ସହର ର ବୁଦ୍ଧିଜୀବି ସାମ୍ୱାଦିକ ମେଡିକାଲ୍ ଅଧିକାରି ମଧ୍ୟ ଆକାଶଙ୍କୁ ଉଚ୍ଚ ପ୍ରଶଂସା କରି ଏ ମହତ୍ କାର୍ଯ୍ୟକୁ ଜାରି ରଖିବାକୁ ପ୍ରେରଣା ଯୋଗାଇଛନ୍ତି। ଏବଂ ଏ ରକ୍ତ ଦାନ କ୍ଷେତ୍ରରେ ସେବା କରିବାକୁ ଆମ ଜିଲ୍ଲା ପୋଲିସ ସଂଗଠକ ଦିନେଶ ମିଶ୍ର, ମନୋଜ ପଣ୍ଡାଙ୍କ ଠାରୁ ମୁଁ ପ୍ରେରଣା ପାଇଛି ବୋଲି ଜିଲ୍ଲାପାଳଙ୍କ ପି ଏସ ଓ ଆକାଶ ସାହୁ ମତ ପ୍ରକାଶ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ