
ଝାରସୁଗୁଡ଼ା, ୯ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ବୃନ୍ଦାମାଲ ଗ୍ରାମପଞ୍ଚାୟତ ଅଧୀନ ସୁନାରୀମୁଣ୍ଡା ପଣ୍ଡା ଟିକେନ ସପ୍ ରୁ ୬ଟି ଏବଂ ଝାରସୁଗୁଡ଼ା ବେହେରାମାଲ୍ସ୍ଥିତ ପାତ୍ର ଗ୍ୟାସ୍ ଏଜେନ୍ସିରୁ ୧୦ଟି ବେଆଇନ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି।
ଏନେଇ ଝାରସୁଗୁଡ଼ା ଜିଲା ଯୋଗାଣ ଅଧିକାରୀ ଦୁର୍ଗା ଚରଣ ବେସ୍ରା କହିଛନ୍ତି ଯେ, ବେଆଇନ ଗ୍ୟାସ୍ ସିଲିଣ୍ଡର ବିକ୍ରି ଏବଂ ଷ୍ଟକ୍ ରଖୁଥିବା ଦୋକାନ ଉପରେ ଯୋଗାଣ ବିଭାଗର କଡ଼ା ନଜର ରହିଛି। ଏହି ବେଆଇନ କାର୍ଯ୍ୟରେ ଯେଉଁମାନେ ଲିପ୍ତ ଅଛନ୍ତି, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ