ଏପ୍ରିଲ 10ରୁ ଦୁଇଦିନିଆ ସ୍ମାର୍ଟ ସିଷ୍ଟମ୍ସ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଆସନ୍ତା ୧୦ ଏବଂ ୧୧ ଏପ୍ରିଲ, ଦୁଇ ଦିନ ପର୍ଯ୍ୟନ୍ତ ଗଣେଶ ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନରେ କମ୍ପ୍ୟୁଟେସନାଲ୍ ଇଣ୍ଟେଲିଜେନ୍ସ, ଡାଟା ସାଇନ୍ସ ଏବଂ ସ୍ମାର୍ଟ ସିଷ୍ଟମ୍ସ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ
ଏପ୍ରିଲ 10ରୁ ଦୁଇଦିନିଆ ସ୍ମାର୍ଟ     ସିଷ୍ଟମ୍ସ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ


ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଆସନ୍ତା ୧୦ ଏବଂ

୧୧ ଏପ୍ରିଲ, ଦୁଇ ଦିନ ପର୍ଯ୍ୟନ୍ତ

ଗଣେଶ ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନରେ କମ୍ପ୍ୟୁଟେସନାଲ୍ ଇଣ୍ଟେଲିଜେନ୍ସ,

ଡାଟା ସାଇନ୍ସ ଏବଂ ସ୍ମାର୍ଟ ସିଷ୍ଟମ୍ସ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ

ଆୟୋଜନ କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା,ଯୁକ୍ତରାଜ୍ୟ, ସାଉଦି ଆରବ, ପୋଲାଣ୍ଡ ଏବଂ ପର୍ତ୍ତୁଗାଲ ଭଳି ଦେଶର

ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ଗବେଷକଙ୍କ ସହିତ ଭାରତର ପ୍ରମୁଖ ଅନୁଷ୍ଠାନର ବିଶିଷ୍ଟ

ଅଂଶଗ୍ରହଣକାରୀମାନେ ଯୋଗଦେଇ ଏହି ସମସ୍ତ ବିଷୟରେ ବିସ୍ତୃତ ତଥ୍ୟ ଦେଖାଇବେ। ଏନେଇ ଗତକାଲି ଗଣେଶ

ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ

ସୂଚନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଶୈକ୍ଷିକ ଏବଂ

ପ୍ରଯୁକ୍ତିବିଦ୍ୟା ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବା, ଯାହା ଭାରତକୁ

ବିଶେଷକରି ଓଡିଶାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିପାରିବ। ଏହି ଅନ୍ତର୍ଜାତୀୟ ସମ୍ମିଳନୀ

ପାଇଁ ୭୮ ଟି ଉପସ୍ଥାପନା ପାଇଁ ଆବେଦନ ଆସିଥିଲେ ସୁଦ୍ଧା ତନ୍ମଧ୍ୟରୁ ମାତ୍ର ୫୦ ଟି ଉପସ୍ଥାପନାକୁ

ଅନୁମତି ମିଳିଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ପରିକଳ୍ପନା, ସେମାନଙ୍କ

ମଧ୍ୟରେ ଜ୍ଞାନର ଅଦ୍ଭୁତପୂର୍ବ ବିକାଶ ନିମନ୍ତେ ଏପରି ସମ୍ମିଳନୀ ଆୟୋଜନ ନିତ୍ୟାନ୍ତ ଜରୁରୀ

ବୋଲି କହିଛନ୍ତି ଉକ୍ତ ଶିକ୍ଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ସୁବ୍ରତ ମିଶ୍ର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande