
କେନ୍ଦ୍ରାପଡା- 09 ଏପ୍ରିଲ୍ (ହି.ସ.): କେନ୍ଦ୍ରାପଡ଼ାଜିଲ୍ଲ।ପାଳ ଶ୍ରୀ ରଘୁରାମ ଆୟର ନିର୍ଦ୍ଦେଶକ୍ରମେଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତଥୋଅବଧ।ନ ରେ କେନ୍ଦ୍ରାପଡ଼ାଜିଲ୍ଲା ର ମାର୍ଶାଘାଇ, ରାଜକନିକା, କେନ୍ଦ୍ରାପଡ଼ା ଟାଉନ, ପାଟକୁରା ଓ ଜମ୍ବୁ ମେରେଇନଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉକରାଯାଇ କଷଟି ବାଲି ଗ୍ରାମର ହାପି ବେହେରା ଙ୍କ ଠାରୁ ୯୦୦ ଗ୍ରାମ ଗଞ୍ଜା ସମେତ ୩୫ ବୋତଲ କଫ ଶୀରପ, ଓଳାଭର ଗ୍ରାମର ରମେଶ ଚନ୍ଦ୍ର ସାହୁ ଙ୍କ ଥଋ ୩୮ ଲିଟର ବିଦେଶୀ ମଦ, ବୃନଧିଆ ଗ୍ରାମର ରଶ୍ମୀରାଣୀ ବେହେରା ଙ୍କ ଠାରୁ ୧୯ ଲିଟର ଦେଶୀ ମଦ, ଗଜରାଜପୁର ଗ୍ରାମର ଉପେନ୍ଦ୍ର ମଳିକଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ, ସାନ୍ତଶାହି ଗ୍ରାମର ସଂଦୀପ ସୁବ୍ରମନୀୟମ ଙ୍କ ଠାରୁ ୧୫୦୦ ଲିଟର ଗୁଡ ପୋଚ, ମଣିକପୁର ଗ୍ରାମର ସୀମା ଜେନା ଙ୍କ ଠାରୁ ୧୫ ଲିଟର ବିଦେଶୀ ମଦ, ନୂଆପଡ଼ା ଗ୍ରାମର ଶରତ ବେହେରା ଙ୍କ ଠାରୁ ୨୫ ଲିଟର ଦେଶୀ ମଦ, ପ୍ରଭାକରପୁର ଗ୍ରାମର ନାଥ ଖିଲର ଙ୍କ ଠାରୁ ୨୦ ଲିଟର ଦେଶୀ ରନ୍ଧା ମଦ ଏବଂ ରବି ଖିଲର ଙ୍କ ଠାରୁ ୨୨ ଲିରା ବିଦେଶୀ ମଦ ଜବତ କରାଯାଇଏମାନଙ୍କୁଗିରଫକରାଯାଇଅଛି ।ଏମାନଙ୍କପାକ୍ଷରୁ ସମୁଦାୟ ୯୦୦ ଗ୍ରାମ ସମେତ ୧୬୭୦ ଲିଟର ବିଦେଶୀ, ଦେଶୀ, ଗୁଡ ପୋଚ, ଦେଶୀ ରନ୍ଧା ଓ ୩୫ ବୋତଲ କଫ ଶୀରପଜବତ କରାଯାଇ ୦୯ ଜଣଙ୍କୁକୋର୍ଟଚାଲାଣକରାଯାଇଅଛି।ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକଶ୍ରୀ ପ୍ରିୟଦର୍ଶି ମାନସ ରଞ୍ଜନ ମିଶ୍ର, ଶ୍ରୀମତୀ କଳ୍ପନା ରାଉତ, ମିସ ଋତୁପ୍ରଭା ସ୍ବାଇଁ ଓ ଅନ୍ୟ କର୍ମଚାରି ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି